ନୂଆପଡା:ନୂଆପଡା ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ପରସଖୋଲ ଗ୍ରାମ ଠାରେ ନୂଆପଡା ଆଦିବାସୀ କଲ୍ୟାଣ ସଂଘ ଆୟୋଜନ ରେ ଅନୁଷ୍ଠିତ ସଭାରେ ଓଡିଶା ମହାସଙ୍ଘ ସଭାପତି ନିରଞ୍ଜନ ବିଶି,ସମ୍ବଲପୁର ସଂଘ ଉସମାନ ମୁଣ୍ଡା,ସୁବର୍ଣ୍ଣପୁର ଜିଲ୍ଲା ସଭାପତି ଯୋଗେନ୍ଦ୍ର ଭୋଇ,କଲାହାଣ୍ଡି ଜିଲ୍ଲା ସଭାପତି ଚୁଡାମଣି ମାଝୀ,ପୂର୍ଵତ୍ତନ ବିଧାୟକ ବୃନ୍ଦାବନ ମାଝୀ, ଝାରସୁଗୁଡା ମହେନ୍ଦ୍ର ନାୟକ, ବରଗଡ଼ ରାଜେନ୍ଦ୍ର କୁମାର ରାଉତ, ଝାରସୁଗୁଡା ଗୋପୀନାଥ ମାଝି ଯୋଗ ଦେଇ ଆଦିବାସୀଙ୍କ ପ୍ରତି ହୋଇଥିବା ଅନ୍ୟାୟ ଏବଂ ସଂରକ୍ଷଣ ବ୍ୟବସ୍ଥାରେ ଆଦିବାସୀ ମରଣ ନୀତି କରୁଥିବା ସରକାରଙ୍କୁ ଉପଯୁକ୍ତ ଜବାବ ଦିଆଯିବ ବୋଲି ନିଷ୍ପତି ହୋଇଅଛି। ଜିଲ୍ଲା ଆଦିବାସୀ କଲ୍ୟାଣ ସଙ୍ଘ ସଭାପତି ଭାନୁପ୍ରତାପ ସିଂ ମାଝୀ, ସମ୍ପାଦକ ବାଳକୃଷ୍ଣ ଶବର, ଖାମ ସିଂ ମଝି ଯୋଗ ଦେଇଥିଲେ।ଭାରତୀୟ ସମ୍ବିଧାନ ଧାର ୨୪୩ (ଡି) ରେ ଜନସଂଖ୍ୟା ମୁତାବକ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ଥିଲା। ଗତ ୬.୦୧.୨୨ ରେ ପ୍ରକାଶିତ ବିଜ୍ଞପ୍ତି ରେ ଓଡ଼ିଶାର ୨୩ ଟି ଜିଲ୍ଲାର ୧୯୫ ବ୍ଲକ ର ୪୮୨୮ ଗୋଟି ସରପଞ୍ଚ କୋଟା ଉଚ୍ଛେଦ ହୋଇଅଛି। ଉଚ୍ଛେଦ ହୋଇଥିବା ସଂରକ୍ଷଣ ପଦବୀ କୁ ସଂରକ୍ଷଣ ହେବା ପର୍ଯ୍ୟନ୍ତ ଆଦିବାସୀ ସଂଘ ଆନ୍ଦୋଳନ କରିବା ବୋଲି ସଂଘ ନିଷ୍ପତି ହୋଇଅଛି।ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ
previous post
next post