ନବବର୍ଷ ସିନା ସାରଣୀରେ ଆସେ,
ଜୀବନ ପାଏ ଦିବାରେ ଜୀବନ,
ଅତୀତକୁ ରଖି ସ୍ମୃତିର ଉଆସେ,
ଗଢିବାକୁ ଲାଗେ ସ୍ଵପ୍ନ ନୂତନ !
ବଦଳିନି କେବେ, ସମୟ ସତରେ,
ଫେରିଛି ଖାଲି ଅନ୍ୟ ନାମ ନେଇ,
ଟାଣି ଦେଇ ଗାର ବୟସ କାନ୍ଥରେ,
ଆଗାମୀ ଯୁଗକୁ ଯାଇଛି ଡେଇଁ !
ଆଜିବି ନଈର ବାଲିରେ ଅଳସେ,
କାଶତଣ୍ଡୀ ହସେ, ଶୀତ ଋତୁରେ,
ଆଜିବି ଶୃଙ୍ଗର, ଶୃଙ୍ଗାର ଝଲସେ,
ସରୋବରର ସଲିଲ ମୁକୁରେ,
ଆଜିବି ସୂର୍ଯ୍ୟର ରକ୍ତିମ କିରଣେ,
ସୃଷ୍ଟି ହୁଏ ଦିନ ଧରା ବୁକୁରେ !
ଭିର୍ଜିନିଆ
ଯୁକ୍ତରାଷ୍ଟ୍ର ଆମେରିକା