ରାସ୍ତା କଡରେ ପଡିରହିଛି ଓଟ
କୋକସରା,-: ମଣିଷ ସତରେ ବେଶି ସ୍ୱାର୍ଥପର, ଯେତେଦିନ ପର୍ଯ୍ୟନ୍ତ ସ୍ୱାର୍ଥ ଥାଏ ସେ ସମସ୍ତ ଙ୍କୁ ଆପଣେଇ ନିଏ । ହେଲେ ଯେଉଁଦିନ କିଛି ପାଇବାର ଆଶା ମଉଳିଯାଏ ଅଦରକାରୀ ଭାବି ତା’ ଠାରୁ ଦୁରେଇ ଯାଏ । ଦିନେ ଯେଉଁ ପଶୁ ତାକୁ ପେଟ କୁ ଦାନା ଯୋଗାଉଥିଲା ଆଜି ସେହି ପଶୁ ଟି ବୁଢା ହେବା ଫଳରେ ତାକୁ ମୁମୂର୍ଷୁ ଅବସ୍ଥାରେ ରାସ୍ତା କଡରେ ଛାଡି ଦେଇ ମାଲିକ ଫେରାର ହୋଇଯାଇଛି । ଏମିତି କିଛି ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଦେଇ ଯାଇଥିବା ଜାତୀୟ ରାଜପଥ ୨୬ ବଙ୍ଗୋମୁଣ୍ଡା ଛକ ନିକଟରେ ଥିବା ଯାତ୍ରୀ ବିଶ୍ରାମଗାରରେ । ଗତକାଲି ରାତିରେ କେହି ଜଣେ ବୃଦ୍ଧ ଓଟ କୁ ଛାଡି ଦେଇଛି । ବର୍ତ୍ତମାନ ଓଟ ଟି ମୁମୂର୍ଷୁ ଅବସ୍ଥାରେ ଜୀବନ ମରଣ ସହ ସଂଘର୍ଷ କରୁଥିବାବେଳେ କିଛି ସ୍ଥାନୀୟ ଯୁବକ ଲାଲୁ ଖାଁ, ଜଗଦୀଶ ଦଳପତି, ଯୋଗୀନ୍ଦ୍ର ଛାତ୍ରୀଆ, ଗୋପାଳ ବାଗ, ଜିତୁ ଦଳପତି ଓଟ କୁ ଖାଇବାକୁ ଦେଇ ତାର ଯତ୍ନ ନେଉଥିବା ଦେଖିବାକୁ ମିଳିଛି । ତେବେ ଓଟ ର ସ୍ୱାସ୍ଥ୍ୟ ସଂକାଟାପନ୍ନ ରହିଛି । ଏଣୁ କୌଣସି ସ୍ୱେଚ୍ଛାସେବୀ ଅନୁଷ୍ଠାନ କିମ୍ବା ପ୍ରଶାସନ ବୃଦ୍ଧ ଓଟ ର ଚିକିତ୍ସା କରିବା ସହ କୌଣସି ଏକ ସୁରକ୍ଷିତ ସ୍ଥାନକୁ ନେଇ ରଖିବାକୁ ସେମାନେ ଅନୁରୋଧ କରିଛନ୍ତି ।( ମ ନି ସ)