ଭୂମି ରୁ ଭୂମା ଏକ କରିବାର
ପ୍ରତିଶ୍ରୁତି,
ସଂସାର ପାରାବାର କୁ ପାର ହେବାର
ପ୍ରତିଶ୍ରୁତି,
ଅନ୍ୟ ର ସେବାରେ ବ୍ରତୀ ହେବାର
ପ୍ରତିଶ୍ରୁତି,
ଏସବୁ ଥିଲା କି !
ତୁମ ପାଇଁ କେବଳ ପାଣିର ଗାର
ପୁତ୍ର ହେବାର ଦାୟ ରେ
ମୁହଁ ରେ ନିଆଁ ଦେବାର
ପ୍ରତିଶ୍ରୁତି,
ପିତା ହେବାର ଗୌରବ ରେ
ସନ୍ତାନ କୁ ନିର୍ଭୟ ଆଶ୍ରୟ ଦେବାର
ପ୍ରତିଶ୍ରୁତି,
ପତି ହେବାର ଉଲ୍ଲାସ ରେ
ସ୍ନେହ ସୋହାଗ ଅଜାଡ଼ି ଦେବାର ପ୍ରତିଶ୍ରୁତି,
ଏସବୁ ଥିଲା କି? ତୁମ ପାଇଁ କୁହୁଡ଼ି ର ଆସ୍ତରଣ,
ଦେଖ !ଆଜି ମୁଁ କି ହନ୍ତସନ୍ତ, ପ୍ରତିଶ୍ରୁତି, ତୁମର କରିବାକୁ
ଚନ୍ଦନ ର ଗାର l
ପଙ୍କିଳ ସଂସାର ସରସୀ ଜଳେ
ପଦ୍ମ ହୋଇ ଫୁଟି ବାର ପ୍ରୟାସେ
ଦାୟିତ୍ୱ କୁ କରି ଅଭିମାନ,
ପାଳନ କରିବାକୁ ନେଇ ପଣ,
ଆଗକୁ ଆଗେଇ ବାର, ଅଦେଖା ପ୍ରତିଶ୍ରୁତି ଦେଇ,
ତୁମ, ନିପାରିଲା ପଣ କୁ ଛାତିରେ ସାଇତି, ଦୁନିଆ ଆଖିରେ ଦେଖାଇବାକୁ,
ତୁମର ସେ ମିଛ ପ୍ରତିଶ୍ରୁତି, ବଡ଼ ପଣିଆକୁ,
ନିର୍ବାହ କରିଚାଲିଛି,କରିଚାଲିଥିବି,
ଶେଷ ଦୀପ ଲିଭିଲା ପର୍ଯ୍ୟନ୍ତ,
କାରଣ, ପ୍ରତିଶ୍ରୁତି ବଦ୍ଧ ମୁଁ,
ପାଳନ କରିବା ପାଇଁ,
ତୁମ ସ୍ମୃତି କୁ ପାଥେୟ କରି,
ପ୍ରୟାସ ରଖିଛି ଜାରି,
ହୃଦୟ ରେ ପ୍ରତିଶ୍ରୁତି ଭରି l