ରାୟଗଡା: ମସୀହା :- ପୌର ନିର୍ବାଚନ ବହୁତ ଦିନ ବାକି ଥିଲେ ମଧ୍ୟ ପୌର ଅଧ୍ଯକ୍ଷ ନିର୍ବାଚନ ପାଇଁ ଆଜି ସଂରକ୍ଷଣ ତାଲିକା ପ୍ରକାଶ ପାଇଛି। ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରକାଶ ଚିଠା ତାଲିକାରେ ଗୁଣୁପୁର ପୌରାଞ୍ଚଳ ଅଧ୍ଯକ୍ଷ ପଦବୀ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ହୋଇଥିବା ବେଳେ ରାୟଗଡା ପୌର ପରିଷଦ ଅଧ୍ଯକ୍ଷ ଆସନ ଅସଂରକ୍ଷିତ ରହିଅଛି। ଗୁଡାରୀ ବିଜ୍ଞାପିତ ଅଞ୍ଚଳ ଅଧ୍ଯକ୍ଷ ଆସନ ଆଦିବାସୀ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ଚଳିତ ନିର୍ବାଚନ ରେ ଅଧ୍ଯକ୍ଷ ପଦବୀ ପାଇଁ ସିଧାସଳଖ ନିର୍ବାଚନ ହେବାକୁ ଯାଉଥିବାରୁ ୩ ପ୍ରମୁଖ ଦଳ ମଧ୍ୟରେ ଜୋରଦାର ଲଢେଇ ହେବ ବୋଲି ଆଶା ପ୍ରକାଶ ପାଇଛି। ପ୍ରକାଶ ପାଇଥିବା ତାଲିକା ସମ୍ପର୍କ ରେ ଆପତ୍ତି ଅଭିଯୋଗ ଥିଲେ ୧୫ ଦିନ ମଧ୍ୟରେ ପୌର ପ୍ରଶାସନ ନିର୍ଦ୍ଦେଶକ ଙ୍କ ନିକଟରେ ଅଭିଯୋଗ କରିବାକୁ ସମୟ ଧାର୍ଯ୍ୟ ହୋଇଅଛି। ୩ ପୌରାଞ୍ଚଳ ର ୫୪ ଓ୍ବାର୍ଡରୁ ୩୯ ଆସନ ଅଣସଂରକ୍ଷିତ ରହିଛି।( ଯୁଗଳ କିଶୋର ଜେନା ଙ୍କ ରିପୋର୍ଟ)
previous post