ଉତ୍କେଲା,୧୬/୦୧,ନିପ୍ର,କେସିଙ୍ଗା ବ୍ଲକ ଉତ୍କେଲା ଚାଚା ନେହେରୁ ବିଦ୍ୟା ମନ୍ଧିର ୧୯୯୭ ମସିହା ମାଟ୍ରିକ ବ୍ୟାଚର ଛାତ୍ର ମାନେ ବନ୍ଧୁମିଳନ କାର୍ଯ୍ୟକ୍ରମ ପଚିଶ ବର୍ଷ ପୁର୍ତୀ ଉପଲକ୍ଷେ ଡଙ୍ଗରମୁର୍ଲି ଶୈବପିଠ ରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଛାତ୍ର ମାନଙ୍କ ସମେତ ତାଙ୍କୁ ପଢାଇଥିବା ପ୍ରଧାନ ଶିକ୍ଷକ ନରେନ୍ଧ୍ର ପ୍ରଧାନ,ଓମ୍ ପ୍ରକାଶ ଦୋରା,ଦିନବନ୍ଧୁ ଅଗ୍ରଓ୍ବାଲ,ଶରତ ଚନ୍ଧ୍ର ପ୍ରଧାନ, ରାଘବନନ୍ଧ ପ୍ରଧାନ,ପିଅନ ଚୈତନ୍ୟ କରୁଆଁ ଯୋଗ ଦେଇ ପୁରାତନ ଛାତ୍ର ମାନଙ୍କ ପଚିଶ ବର୍ଷର ମିଳାମିଶା ଏକ ପ୍ରକାର ଭାବ,ସୁଖ ଦୁଃଖ ଆଦାନ ପ୍ରଦାନ ସହ ହସ ଖୁସି, ମଜା ଆନନ୍ଧ ଉପଭୋଗ କରିଥିଲେ। ପଚିଶ ବର୍ଷ ପରେ ଏପରି ପୁଣି ଗୋଟିଏ ସ୍ଥାନରେ ଠୁଳ ହେବାର ଅନୁଭୁତି କୁ କେହି ବି ଭୁଳି ପାରିବେ ନାହିଁ ସମସ୍ତ ଶିକ୍ଷକ,ଛାତ୍ର ମତ ପ୍ରକାଶ କରିଥିଲେ।ମଞ୍ଚ ପରିଚାଳନା କରିଥିଲେ ଛାତ୍ର ଗିରିଜା କୁମାର ବେହେରା, କାର୍ଯ୍ୟକ୍ରମର ପରିଚାଳନା ଦାୟିତ୍ବରେ ତୁଷାର କୁମାର ସିଁ ଦେବେନ୍ଧ୍ର ପ୍ରଧାନ,ଅର୍ଜୁନ ପୋଢ ମୁଖ୍ୟ ଦାୟିତ୍ୟ ନେଇ ସମାପନ କରିଥିଲେ। ଛାତ୍ର ମାନଙ୍କ ମଧ୍ୟରେ ଜବାନ ସୁରେଶ କୁମାର ମିଶ୍ର,ହେମରାଜ ମେହେର, କେତନ କରୁଆଁ ଦେଶ ସେବାରେ ମନୋନିତ ହୋଇଥିବାରୁ ତାଙ୍କୁ ସ୍ବାଗତ ସହ ସମ୍ବର୍ଧନା କରାଯାଇଥିଲା।