ଆଜି ପଶ୍ଚିମ ଓଡିଶାର ନିଆରା ପର୍ବ ପୁଷପୁନି।
ଏଠାକାର କୃଷକ ଓ ଶ୍ରମିକ ପରିବାର ନୂଆଖାଇ ଭଳି ଏହି ପର୍ବକୁ ପାଳନ କରିଥାନ୍ତି। ଆଜି ଦିନଟି ନୃତ୍ୟ ସଙ୍ଗୀତ ଓ ଭୋଜି ଭାତରେ ପାଳନ ହୁଏ ।ଏହି ଦିନ ସକାଳୁ ଛୁଆ ମାନେ ବଡି ସକାଳୁ ବାଡ଼ି ପିଟି “ଛେର ଛେରା” ଗୀତ ଗାଇଥାନ୍ତି ଓ ସଂଗୃହିତ ଚାଉଳ, ଡାଲି ସାମଗ୍ରୀରେ ଭୋଜିଭାତ କରିଥାନ୍ତି।
ପୁନଶ୍ଚ ଏହିଦିନ ମହାଜନ ମାନଙ୍କ ପାଖରେ ବର୍ଷକ ପାଇଁ କାମ କରୁଥିବା ଶ୍ରମିକ ମାନଙ୍କ ମିଆଦ ପୁରି ଯାଏ ତେଣୁ ସେମାନେ ଏହି ଦିନ ଛୁଟି ମନାଇ ମଉଜ ମଜଲିସ କରିଥାନ୍ତି ପୁଷପୁନି ଶେଷ ହେବା ପରେ ଶ୍ରମିକ ମାନେ ଇଛାନୁଯାୟୀ ମାଲିକ ବଦଳ କରିଥାନ୍ତି।ଏହି ପରମ୍ପରା ଆଗରୁ ଥିଲା ଏବେ ବି କେତେକାଂଶରେ ଏହି ପ୍ରଥା ଚାଲୁଛି।
ପଶ୍ଚିମ ଓଡିଶାର ଏକ ନିଆର ପର୍ବ #ପୁଷପୁନି…..
ଛେ ଛେର୍ ଛେରା
ଆଏଜ ପୁନି ପୁନି କାଲ୍ କେ ପୁନି
ଲୁଗା ପଟା ତୁନା ତୁନି
ଛେ ଛେର୍ ଛେରା।
ଇ ଘରର୍ ବୁଢୀ କାହିଁଗଲା
ବାଏର୍ ତରାତରା ଲୁକିଗଲା
ମଡା ପିଠା ଦେମି କହିଥିଲା
ବାଟ୍ ତରାତରା ଛେରୁଥିଲା
ଦେବା ନା ରେ ଦେବା ନା
ହାଣି ଢୁନ୍ ଢୁନ୍ କଲା ନା
ଛେ ଛେର୍ ଛେରା … !