ନୂଆପଡା: ଜଣେ ଯବାନ ଆତ୍ମହତ୍ୟା ସର୍ଭିସ ରାଇଫଲରୁ ଗୁଳି ଚଳାଇ ଜୀବନ ହାରିଲେ । ଏପରି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ନୂଆପଡା ଜିଲ୍ଲା କୋମନା ଥାନା ଅଞ୍ଚଳରେ ।
ସୂଚନାନୁସାରେ, କୋମନା ଥାନା ଅଞ୍ଚଳରେ ଥିବା ବରକୋଟରେ ରହିଛି ଏକ ସିଆରପିଏଫ କ୍ୟାମ୍ପ । ଏଠାରେ ସୋମବାର ସକାଳେ ଜଣେ ଯବାନ ନିଜ ସର୍ଭିସ ରାଇଫଲରୁ ଗୁଳି ଚଳାଇ ଆତ୍ମହତ୍ୟା କରିଥିଲେ । ମୃତ ଯବାନଜଣଙ୍କ ହେଲେ ରାମ ପ୍ରସାଦ । ତାଙ୍କ ଘର ଉତ୍ତର ପ୍ରଦେଶ ବୋଲି ଜଣାପଡିଛି । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ଥିବା ବେଳେ କୋମନା ପୋଲିସ ପହଁଚି ଘଟଣାର ତଦନ୍ତ ଆରମ୍ଭ କରୁଛି ।ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ