ନୂଆପଡା: ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ର ତୁତୁଲା ଅଲେଖ ମଠ ରେ ପୌଷ୍ୟପୁର୍ଣ୍ନିମା ଉପଲକ୍ଷେ ଘିଅ ପୋଡା ଜଗ୍ୟ ଅନୁଷ୍ଟିତ ହୋଇଯାଇଛି,ତୁକୁଲା ଅଲେଖ ମଠାଧିସ ଅନ୍ଦମଣି ଲଛମନ ବାବା ଙ୍କ ନେତୃତ୍ବ ରେ ଅଲେଖ ଜଗ୍ୟ ଆୟୋଜନ ହୋଇଥିଲା,ଗତକାଲି ଅଧିବାସ ପରେ ସନ୍ଦ୍ୟା ସମୟ ରେ ଅଲେଖ ମହିମା ଙ୍କ ଝାଡବତୀ ପ୍ରଜ୍ଜଳିତ ହୋଇଥିଲା,ଏହା ପରେ ସାଧୁ ସନ୍ଥ ଅଲେଖ ଧର୍ମାବଲମ୍ବି ମାନେ ବିଶ୍ବଶାନ୍ତି ଓ କରୋନା ମହାମାରୀ ଲୋପ ପାଇବା ଉଦେଶ୍ବର ସମୁହ ଅଲେଖ ମହାପ୍ରଭୁ ଙ୍କୁ ଡାକ ଦେଇଥିଲେ,ଏହା ପରେ ଧ୍ବନୀ ପ୍ରଜ୍ବଲତି ହୋଇଥିଲା,ଖଡିଆଳ ବ୍ଲକ ସମେତ ସିମାନ୍ତ କଲାହାଣ୍ଡି ଓ ବଲାଙ୍ଗିର ସିମାନ୍ତ ର ବିଭିନ୍ନ ଗାଁ ରୁ ବହୁ ସଂଖ୍ୟା ରେ ଭକ୍ତମାନେ ଉପସ୍ଥିତ ହୋଇ ନିଜ ନିଜ ଦୁଃଖ ଅଲେଖ ମହିମା ଙ୍କୁ ଗୁହାରି କରିଥିଲେ,ଏହି ଅବସର ରେ ବାବା ଅନ୍ଦମଣି ଙ୍କ ଖଜଂଣି ବାଦ୍ୟ ଚିତାକର୍ଷକ ରହିଥିଲା ବାବା ଙ୍କ ଖଂଜଣି ବାଦ୍ୟ ଓ ଭିମଭୋଇ ଜଣାଣ ଶୁଣିବା ପରେ ଅନେକ ମହିଲା ଙ୍କୁ ଭୁତ ପ୍ରେତ ଦୁରୀଭୁତ ହୋଇଥିଲା,ଅଲେଖ ମହିମା ଙ୍କ ଉଦେଶ୍ୟ ରେ ମଠ କମିଟି ତରଫ ରୁ ୧୩୦ କ୍ବିଣ୍ଟାଲ ର କଂସା ଓ ପିତଲ ରେ ତିଆରି ଏକ ବିରାଟ ଘଣ୍ଟି ପ୍ରଦର୍ଶନ କରାଯାଇଥିଲା , ପରିଶେଷ ରେ କରୋନା ଗାଇଡ କୁ ଅନୁସରଣକରି ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା ।ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ
previous post
next post