ନୂଆପଡା: ନୂଆପଡା ଜିଲ୍ଲା କୋମନା ବ୍ଲକ ର ତରବୋଡ ଠାରେ ହାଡିପାଗୁରୁ ମହାସମାଜ ର ବ୍ଲକ ସ୍ତରିୟ କାର୍ଯ୍ୟକାରିଣି ସଭା ଅନୁଷ୍ଟିତ ହୋଇଯାଇଛି ।ହାଡିପାଗୁରୁ ମହାସମାଜ ର ଜିଲ୍ଲା ସାଧାରଣ ସଂପାଦକ ମୁଲଚନ ସୁନା ଙ୍କ ସଭାପତିତ୍ବ ରେ କୋମନା ବ୍ଲକ ସ୍ତରିୟ କର୍ମକର୍ତା ଚୟନ ହୋଇଥିଲା । ଏଥିରେ ଜିଲ୍ଲା ହାଡିପା ଗୁରୁ ମହା ସମାଜ ର ଜିଲ୍ଲା ସଭାପତି ବିଜୟ କୁମାର ସହିସ ସମେତ ଜିଲ୍ଲା ଉପ ସଭାପତି ସୁରେନ୍ଦ୍ର କୁମାର, ସିନାପାଲି ବ୍ଲକ ର ସହ ସଂଯୋଜକ ସତ୍ୟ ସଗଡିଆ ଓ ନୂଆପଡା ସଦର ର ଅନ୍ୟତମ ସାଧାରଣ ସଂପାଦକ ଉପେନ୍ଦ୍ର କୁମାର ଅତିଥି ରୁପ ରେ ଯୋଗଦେଇଥିଲେ । କାର୍ଯ୍ୟକ୍ରମ ପୁର୍ବ ରୁ ମୁଖ୍ୟ ଅତିଥି ବିଜୟ ସହିସ ସମେତ ଅନ୍ୟାନ୍ୟ ସମସ୍ତ ଅତିଥି ମାନଙ୍କୁ ତରବୋଡ ସମାଜ ତରଫ ରୁ ଭବ୍ୟସମର୍ଦନା ଗ୍ୟାପନ କରି ମଂଚ କୁ ପାଛୋଟି ନେଇଥିଲେ । କରୋନା ଗାଇଡ ଲାଇନ ଅନୁଷାରେ ମଂଚ ପରିଚାଲନା କରାଯାଇଥିଲା,ବିଧି ଅନୁଯାଇ ପ୍ରଥମେ ହାଡିପା ଗୁରୁ ଙ୍କୁ ପୁଜା ଅର୍ଚନା କରି କର୍ମକର୍ତା ଚୟନ ହୋଇଥିଲା,କୋମନା ବ୍ଲକ ସଭାପତି ଭାବରେ ଡୁଙ୍ଗରିପାଲି ଗାଁ ର ରାମେଶ୍ବର ଲୁହା ଭାବରେ ଚୟନ ହୋଇଥିବାବେଳେ ଉପସଭାପତି ଭାବରେ ରାଜମନ କୁମାର,କିଶୋର ସିନ୍ଦୁର,ସାଧାରଣ ସଂପାଗକ ଭାବରେ ରାହୁଲ ସିନ୍ଦୁର,ରୋସନ ସୁନାନୀ,ସମ୍ପାଦକ ଭାବେ କେସବ ସିନ୍ଦୁର,ଗଙ୍ଗାପାତ୍ର,ଚନ୍ଦ୍ରସୋନୀ ମନୋନିତ ହୋଇଥିଲେ,ସମସ୍ତ ନିର୍ବାଚିତ ମାନଙ୍କୁ ଅତିଥି ମାନଙ୍କ ଦ୍ବାରା ଫୁଲହାର ଦେଇ ସମ୍ମାନୀତ କରାଯାଇଥିଲା,ଶେଷରେ ରାହୁଲ ସିନ୍ଦୁର ଧନ୍ୟବାଦ ଅର୍ପଣ କରିଥିଲେ।ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ
previous post
next post