Uncategorized ଲତା ବେହେରା ଙ୍କ କବିତା ଶବ୍ଦ by Sunil Chandra NayakOctober 13, 2022062 Share1 ଶଦ୍ଦ ଲତା ବେହେରା ପ୍ରଥମେ ଅକ୍ଷର ସୃଷ୍ଟି ହେଇଥାଏ ଦ୍ୱିତୀୟେ ଆସଇ ଶଦ୍ଦ ଶଦ୍ଦ କଥା ଯେବେ ମନେ ପଡିଥାଏ ଲାଗୁଥାଏ କେତେ ସ୍ତବ୍ଧ । କେମିତି ଶଦ୍ଦ ଯେ ଗଢା ହେଇଥାଏ ଶଦ୍ଦରୁ ବାକ୍ୟ ହୁଅଇ ଶଦ୍ଦ ଶଦ୍ଦ ଯୋଡି କି ସୁନ୍ଦର ଗପ କବିତା ଲେଖା ଯାଅଇ । ସ୍ବରବର୍ଣ୍ଣ ସାଥେ ବ୍ୟଞ୍ଜନ ବର୍ଣ୍ଣ ତ ଯୁକ୍ତାକ୍ଷର ଯୋଡା ଯାଇ ଗପ ଗୀତ କାହାଣୀକୁ ଲେଖାଯାଏ ଶଦ୍ଦକୁ ଶଦ୍ଦରେ ଥୋଇ । ॐକାର ନାଦର ଶଦ୍ଦରୁ ଜଗତ ସର୍ଜନା ସିନା ହେଇଛି ଶଦ୍ଦ ବିନା ବାକ୍ୟ ନା ସମ୍ଭବ କେବେ ଅକ୍ଷର ମୂଳ ରହିଛି । ଏଇ ଅକ୍ଷରକୁ ପ୍ରଥମେ ଶିଖିଣ ଶଦ୍ଦ ବାକ୍ୟ ଲେଖା ଯାଏ ଛୋଟ ଶିଶୁ ଟିଏ ଆ ଆ କହି କେତେ ଶଦ୍ଦ ବାକ୍ୟ କୁହେ । ପ୍ରଥମେ ଯେ ଦିନ ଖଡି ଛୁଏଁ ସିଏ ମାଆ ଶଦ୍ଦ ଲେଖି ଥାଏ ବ୍ରହ୍ମା ବିଷ୍ଣୁ ମହେଶ୍ଵର ସ୍ଲେଟ୍ ଆଙ୍କି ଗୁରୁ ପାଦେ ନମି ଥାଏ । ବିବାହ ସମୟେ ଢୋଲ ଶଦ୍ଦ ଶୁଭେ ମାଇକ୍ ବି ବାଜୁଥାଏ ମନ୍ଦିରରେ ଘଣ୍ଟ ଶଦ୍ଦ ହୁଳହୁଳି ଶଦ୍ଦ କର୍ଣ୍ଣେ ଶୁଣାଯାଏ । କେତେ ବାଦ୍ୟ ଯନ୍ତ୍ର ଶୁଭା ଯାଉଥାଏ ଦେବୀ ପୀଠ ସ୍ଥଳ ମାନେ ମନ୍ତ୍ର ଉଚ୍ଚାରଣ ଶଦ୍ଦ ଶୁଣେ କର୍ଣ୍ଣ ଶାନ୍ତି ଲାଗେ ଯେ ଜୀବନେ । ଶଦ୍ଦରେ ଯେ ଶଦ୍ଦ ଶଦ୍ଦ ଲେଖା ଯାଇ ବହିଟିଏ ହେଇଥାଏ ସେହି ବହି ପଢି ଏଇତ ମଣିଷ କେତେ ଜ୍ଞାନ ସିଏ ପାଏ । ଶଦ୍ଦ ତରଙ୍ଗରେ ସଜେଇ ଦେଇଣ ଗାଳ୍ପିକ ଯେ ଗଳ୍ପ ଲେଖେ କେତେ ଯେ କାହାଣୀ କେତେ ଅନୁଭୂତି ତା ଦେହରେ ସିଏ ଯୋଖେ । ଯାହା ମୁଁ କହୁଛି ଯାହା ମୁଁ ଲେଖୁଛି ଶଦ୍ଦର କମାଲ ଇଏ ଏଇ ଶଦ୍ଦ ପାଇଁ ସାହିତ୍ୟିକଟିଏ ଜଗତେ ପୂଜିତ ହୁଏ । ଲତା ବେହେରା ଜକା, ଢେଙ୍କାନାଳ