ଦୃତ ଗାଡି ଚାଳନା ଓ ହେଲମେଟ ପାଇଁ ଗଲା ତିନି ଜିବନ
ଉତ୍କେଲା, – କେସିଙ୍ଗା ଥାନା ଚାଞ୍ଚେର ପଞ୍ଚାୟତ କୋକୋମୁଣ୍ଡା ପେଟ୍ରୋଲ ପମ୍ପ ବୁଲାଣିରେ OD15 L 1255 ଆପାଚି ଗାଡିରେ ତିନି ଯୁବକ ନିଶାନ୍ତ ଦାଶ (୩୬), ଓମ୍ ପ୍ରକାଶ ସରାଫ,(୩୫),ଅଶୋକ ନାଏକ,(୨୮) କୌଣସି କାର୍ଯ୍ୟରେ ଭବାନୀପାଟଣା ପଟୁ କେସିଙ୍ଗା ଆସୁଥିବା ବେଲେ ଦୁର୍ଘଟଣା ହୋଇ ତାଲ ଗଛରେ ପିଟିହେବା ଫଳରେ ଘଟଣା ସ୍ଥଳରେ ନିଶାନ୍ତ, ଦାଶ ସମ୍ବଲପୁର,ଓମ୍ ପ୍ରକାଶ ସରାଫ ଟିଟିଲାଗଡ,ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଲେ ଅଶୋକ କୁ ଅମ୍ବୁଲେନସ୍ ଯୋଗେ ଭବାନୀପାଟଣା ଡାକ୍ତରଖାନା କୁ ନିଆ ଯାଇଥିଲା। ସୋମବାର ସକାଳ ପାଞ୍ଚଟା ରେ ତାଙ୍କରି ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିବା ସୁଚନା ମିଳିଛି। ତିନି ଜଣ ହେଲମେଟ ପିନ୍ଧି ନଥିଲେ ଆଉ ସେମାନଙ୍କ ମୁଣ୍ଡରେ ହିଁ ବିଶେଷ କରି ମାଡ ହୋଇ ମୃତ୍ୟୁ ହୋଇଛି। ସୋମବାର ଶବ ବ୍ୟବଛ୍ଛେଦ ପରେ ପରିବାର ଲୋକଙ୍କୁ ଦିଆଯାଇଥିବା ଜଣାପଡିଛି। ଅର୍ଜୁନ ପୋ ଢ୍ ଙ୍କ ରିପୋର୍ଟ