ଧର୍ମଗଡ ବ୍ଲକ ପ୍ରଥମ ଦିନ ରେ ଜଣେ ସମିତି, ୪ ସରପଞ୍ଚ ଓ ୩୦ ୱାର୍ଡ ସଭ୍ୟ ପାଇଁ ପ୍ରାର୍ଥୀ ପତ୍ର ଦାଖଲ ।
ଜିଲ୍ଲା ପରିଷଦ ସଦସ୍ୟ ପାଇ ନାମାଙ୍କନ ଦାଖଲ ଶୁନ ।
ଧର୍ମଗଡ- (ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ)
ତ୍ରିସ୍ତରୀୟ ପଞ୍ଚାୟତ ରାଜ ନିର୍ବାଚନ ପାଇଁ ଆଜି ସୋମବାର ଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି । ଧର୍ମଗଡ ବ୍ଲକ ରେ ୨୪ ଟି ପଞ୍ଚାୟତ ର ସରପଞ୍ଚ ଓ ସମିତି ସଭ୍ୟ ପଦ ଏବଂ ୨୮୪ ୱାର୍ଡସଭ୍ୟ ପଦ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି । ସରପଞ୍ଚ ଓ ୱାର୍ଡସଭ୍ୟ ପଦ ପାଇଁ ବିଭିନ୍ନପଞ୍ଚାୟତ ରେ ନାମାଙ୍କନଦାଖଲ କରାଯାଉଥିବା ବେଳେସେମିତିସଭ୍ୟ/ସଭ୍ୟା ପଦ ପାଇଁ ବ୍ଲକ କାର୍ଯ୍ୟାଳୟ ରେ ନାମାଙ୍କନ ଦାଖଲ କରଯାଉଛି । ସକାଳ ୧୦ ଘଣ୍ଟା ରୁ ଅପରାହ୍ନ ୩ ଘଣ୍ଟା ପର୍ଯ୍ୟନ୍ତ ନାମାଙ୍କନ ଦାଖଲ ପ୍ରକ୍ରିୟା ଚାଲୁ ରହିଥିଲା । ନାମାଙ୍କନ ଦାଖଲ ର ଆଜି ପ୍ରଥମ ଦିନ ରେ ଗୋଟାଏ ସେମିତି ସଭ୍ୟ ପଦ ବଡ଼ ବସୁଲ ଗ୍ରାମ ପଞ୍ଚାୟତ ପାଇଁ, ସରପଞ୍ଚ ପଦ ପାଇଁ ୪ଟି ନାମାଙ୍କନ ଦାଖଲ ହୋଇଛି ଏଥି ମଧ୍ୟରୁ ବଡ ବସୁଲ ପଞ୍ଚାୟତ ପାଇଁ -୧ ବ୍ରାହ୍ମଣ ଛେଣ୍ଡିଆପଞ୍ଚାୟତ ପାଇଁ ୩ ଟି ନାମାଙ୍କନ ଦାଖଲ ହୋଇଛି । ସେହିପରି ବିଭିନ୍ନ ପଞ୍ଚାୟତ ର ୱାର୍ଡ ସଭ୍ୟ/ସଭ୍ୟା ପାଇଁ ମୋଟ ୩୦ ଟି ନାମାଙ୍କନ ପତ୍ର ଦାଖଲ କରିଥିବା ଧର୍ମଗତ ବିଡ଼ିଓ ଶରତ କୁମାର ସେଠୀ ସୂଚନା ଦେଇଛନ୍ତି ।
ଜିଲ୍ଲାପରିଷଦ ସଦସ୍ୟ/ସଦସ୍ୟା ପାଇଁ ପ୍ରଥମ ଦିନ ରେ କୌଣସି ନାମାଙ୍କନ ପତ୍ର ଦାଖଲ ହୋଇ ନଥିବା ଜଣାଯାଇଛି । ଏଠାରେ ସୂଚନା ଯୋଗ୍ୟ ଯେ ଧର୍ମଗଡ ବ୍ଲକ ରେ ଚଳିତ ପଞ୍ଚାୟତ ନିର୍ବାଚନ ରେ ମୋଟ ୯୧,୩୧୮ ଜଣ ଭୋଟର ୨୮୪ ଜଣ ୱାର୍ଡ଼ ସଭ୍ୟ/ସଭ୍ୟା,୨୪ ସରପଞ୍ଚ ଓ ସମିତି ସଭ୍ୟ/ସଭ୍ୟା ଏବଂ ୩ ଜିଲ୍ଲାପରିଷଦ ସଦସ୍ୟ ଙ୍କୁ ନିର୍ବାଚିତ କରିବେ ।