ନୂଆପଡା:ନୂଆପଡ଼ା ଜିଲ୍ଲାର କୋମନା ବ୍ଲକ ସ୍ଥିତ କୁରୁମପୁରୀ ଠାରେ ୧୧/୦୧/୨୨ ଠାରୁ ୧୭/୦୧/୨୨ ରିଖ ପର୍ଯ୍ୟନ୍ତ ହେବାକୁ ଥିବା ସଡକ ସୁରକ୍ଷ୍ୟା ଦିବସ ଆଜି ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମ ରେ ନୂଆପଡା ଚାଇଲ୍ଡଲାଇନ, ଲଖନା ପୁଲିସ ଓ କୁରୁମପୁରୀ ସ୍ଥିତ ଅଙ୍ଗନ ବାଡି କର୍ମୀ ମାନେ ଉପସ୍ଥିତ ହୋଇ ରାସ୍ତାରେ ଯିବା ଆସୁଥିବା ଯାତ୍ରୀ ମାନଙ୍କୁ ସଡକ ସୁରକ୍ଷା ଜୀବନ ରକ୍ଷା ଉପରେ ସଚେତନ କରୁଥିଲେ, ରାସ୍ତାର ନିୟମ ମାନି ଚଳିବା, ହେଲମେଟ ବ୍ୟବହାର କରିବା ଓ ଅଭ୍ୟାସରେ ପରିଣତ କରିବା । ବର୍ତ୍ତମାନ କୋଭିଡ ମହାମାରୀ ରୁ ରକ୍ଷା ପାଇବା ପାଇଁ ସାମାଜିକ ଦୂରତା ସହିତ ମାଳ୍ପ ନିୟମିତ ବ୍ୟବହାର କରିବା କୋଭିଡ ଟୀକା ନେବା ସହିତ ଲୋକମାନଙ୍କୁ ନିଜ ନିଜ ଅଞ୍ଚଳରେ ସଚେତନ କରିବା, ତତ ସହିତ ଚାଇଲ୍ଡଲାଇନ ର କାର୍ଯ୍ୟ, ଶିଶୁ ଅଧିକାର, ଶିଶୁ ସମସ୍ୟା ଓ ୧୦୯୮ ର ବହୁଳ ପ୍ରସାର ଉପରେ ସଚେତନ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ଚାଇଲ୍ଡଲାଇନ ର ସଂଯୋଜକ ମୁକେଶ କୁମାର ଯୋଶୀ, କାଉନ୍ସେଲୋର ହୋସନା ଅକ୍ତରୀ, ସଦସ୍ୟ ଦିନେଶ ସାହୁ, ସବିତା ସୁନାନି, ଦିଗେଶ୍ବରୀ ସାହୁ, ସୁନାଧାର ସୁନାନି, ଭାନୁ ପ୍ରତାପ ମାଝୀ, ଲଖନା ଆଇଆଇସି ଜିତେନ୍ଦ୍ର ବିଶ୍ୱାଳ, କମଲା କାନ୍ତ ପଣ୍ଡା ଓ ଅନ୍ୟ ପୁଲିସ କର୍ମୀ ସହିତ ସ୍ଥାନୀୟ ଅଙ୍ଗଘାଡି କର୍ମୀ ଉପସ୍ଥିତ ଥିଲେ ।ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ
next post