କୋଭିଡ କଟକଣା ପାଳନ,ମାକ୍ସ ବ୍ୟବହାର ଓ ଅପରାଧ ନିୟନ୍ତ୍ରଣ ଉପରେ ଗୁରୁତ୍ୱ
ନୂଆପଡା:ନୂଆପଡା ଜିଲ୍ଲା ଖଡିଆଳ ଥାନାରେ ସୋମବାର ନୂତନ ଥାନାଧିକାରୀ ଭାବରେ ଅନିରୁଦ୍ଧ ମୁଦୁଲି ଯୋଗଦାନ କରିଛନ୍ତି । ଖଡିଆଳ ଥାନାଧିକାରୀ କୈଳାସ ଚନ୍ଦ୍ର ସେଠୀଙ୍କୁ ଖରିଆର ରୋଡ଼ ସ୍ଥିତ ଜୋଙ୍କ କୁ ଥାନାଧିକାରୀ ଭାବରେ ଏବଂ ଜୋଙ୍କ ଥାନାଧିକାରୀ ଅନିରୁଦ୍ଧ ମୁଦୁଲିକୁ ଖଡ଼ିଆଳ ଥାନାଧିକାରୀ ଭାବରେ ବଦଳି କରାଯାଯାଇଥିଲା । ତଦନୁଯାୟୀ ଆଜି ଥାନାଧ୍ୟାକାରୀ ଶ୍ରୀ ଅରବିନ୍ଦ ମୁଦୁଲି ଖଡ଼ିଆଳ ଥାନାରେ କାର୍ଯ୍ୟରେ ଯୋଗଦାନ ପରେ ବିଶେଷ କରି କୋଭିତ କଟକଣା ପାଳନ, ମାସ୍କ ବ୍ୟବହାର ଏବଂ ଅପରାଧ ନିୟନ୍ତ୍ରଣ ଉପରେ ବିଶେଷ ଧ୍ୟାନ ଦେବେ ବୋଲି ନିଜ ପ୍ରତିକ୍ରୀୟାରେ ପ୍ରକାଶ କରିଛନ୍ତି ।ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ