ମହୋଦଧିର କୃପା ବଳେ
ଅହରହ ଧରିତ୍ରୀର ପାଦ ଧୂଏ
ନାତିଶୀତୋଷ୍ଣ ପାଣିପାଗେ
ମୃଦୁ ମଳୟ ବହେ ଉପକୂଳେ l
ଓଡିଶା ଉପକୂଳରେ
ସମୁଦ୍ର ଶୋଭାପାଏ
ଓଡିଶା ମାଟିର ସୌନ୍ଦର୍ଯ୍ୟ
ନଦ ନଦୀ ପାହାଡ଼ ଶୋହେ l
ଓଡ଼ିଆ ପୁଅ ସ୍ୱାଭିମାନୀ
ସବୁବେଳେ ଏହା ଜାଣି
ଏହାର ସାହିତ୍ୟ ସଂସ୍କୃତି
ଭାରି ଉତ୍କୃଷ୍ଟ ଜାଣି
ପଡୋଶୀଠୁ ଆରମ୍ଭି
ପ୍ରକୃତିଵି ସହେ ନାହିଁ l
ସମିଦ୍ରିକ ଝଡ ହୋଇ
ମାଡି ଆସେ ଓଡିଶାକୁ
ନାରଖାର କରିବାକୁ
କୃଷକ ର ଫସଲକୁ l
ବାତ୍ୟା ରୂପ ନେଇ ସିଏ
ଆସେ ଖାଲି ପାର୍ବଣରେ
କରିଦିଏ ଛାରଖାର
ଶିହରଣ ଖେଳିଯାଏ l
ଯେତେ ଶତ୍ରୁ ଆସିଲେବି
ନିର୍ଭୟ ଓଡିଶା ଇଏ
ଯେଉଁଠି ଅଛନ୍ତି ଜଗନ୍ନାଥ
ଜଗତର ନାଥ ହୋଇ l
————————-