ଭବାନୀପାଟଣା : (ମ ନି ସ) କଳାହାଣ୍ଡି ନେହେରୁ ଯୁବକେନ୍ଦ୍ର ପକ୍ଷରୁ ଆଜି ଜିଲ୍ଲାପାଳ ଙ୍କ ସଦଭାବନା ସଭାଗୃହ ଠାରେ ଆସନ୍ତା ଅକ୍ଟୋବର ୨୮ ତାରିଖ ରେ ହେବାକୁ ଥିବା ଯୁବ ମହୋତ୍ସବ ପାଈଁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁଶାନ୍ତ କୁମାର ପଟେଲ ଙ୍କ ଅଧକ୍ଷତା ରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ଅବସର ରେ ଅତିରିକ୍ତ ଜିଲ୍ଲାପାଳ ଉପସ୍ଥିତ ରହି କିପରି ଯୁବ ମହୋତ୍ସବ ସଫଳ ହେବ ତାହା ନେଇ ଉପସ୍ଥିତ ଅଧିକାରୀ ଓ ନେହେରୁ ଯୁବକେନ୍ଦ୍ର ସଂଗଠନ ସ୍ବେଛାସେବୀ ମାନଙ୍କ ସହ ଆଲୋଚନା କରିଥିଲେ l ଏହି ବୈଠକ ରେ ଜିଲ୍ଲା ଯୁବ ଅଧିକାରୀ ପ୍ରସନ୍ନ ମେହେର ଯୁବ ମହୋତ୍ସବ ର ଉଦେଶ୍ୟ ଓ ଲକ୍ଷ୍ୟ ବିଷୟରେ ଆଲୋକପାତ କରିଥିଲେ l ସେହିପରି ଯୁବ ମହୋତ୍ସବ ର ୬ଟୀ ବିଭାଗ ର ନିୟମାବଳୀ ବିଷୟରେ ମଧ୍ୟ ଆଲୋକପାତ କରିଥିଲେ l ଯୁବ ମହୋତ୍ସବ ରେ ମୋବାଇଲ ଫଟୋଗ୍ରାଫି, ଯୁବ ଲେଖକ ସମାବେଶ, ଚିତ୍ରାଙ୍କନ, ଡିକଲାମେଷନ ପ୍ରତିଯୋଗିତା, ଯୁବ ସମ୍ବାଦ-ଯୁବ ସମାବେଶ, ଦଳଗତ ସାଂସ୍କୃତିକ ପ୍ରତିଯୋଗିତା ଭଳି ୬ ଟି ପ୍ରତିଯୋଗିତା ଅନୁଷ୍ଠିତ ହେବ ବୋଲି ଯୁବ ଅଧିକାରୀ ସମସ୍ତ ଙ୍କୁ ଜଣେଇଥିଲେ l ପ୍ରତେକ ବିଭାଗ ର ବିଜେତା ମାନଙ୍କୁ ଅର୍ଥ ରାଶି ସହ ପ୍ରମାଣ ପତ୍ର ପ୍ରଦାନ କରାଯିବ ଏବଂ ନିୟମାବଳୀ ଅନୁସାରେ ସେମାନେ ରାଜ୍ୟ ସ୍ତରୀୟ ଓ ଜାତୀୟ ସ୍ତର ଯୁବ ମହୋତ୍ସବ ରେ ଅଂଶଗ୍ରହଣ କରିବେ l ଜିଲ୍ଲାର ୧୫ ବର୍ଷ ରୁ ୨୯ ବର୍ଷ ମଧ୍ୟରେ ଥିବା ସମସ୍ତ ଯୁବକ ଯୁବତୀ ଏହି ପ୍ରତିଯୋଗିତା ରେ ଅଂଶଗ୍ରହଣ କରିପାରିବେ l କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରିବାପାଇଁ ନିର୍ଦ୍ଧାରିତ ଫର୍ମ ରେ ଆବେଦନ କରିବାପାଇଁ ବ୍ୟାପକ ପ୍ରଚାର ପ୍ରସାର ପାଈଁ ଏକ କମିଟି ମଧ୍ୟ ଗଠନ କରାଗଲା l ଆବେଦନ କରିବାର ର ଶେଷ ତାରିଖ ଅକ୍ଟୋବର ଚୋବିଶ l ପରେ ସମସ୍ତ ଙ୍କ ଉପସ୍ଥିତି ରେ ପୋଷ୍ଟର ଉନ୍ମୋଚନ କରାଗଲା l ଏହାରି ମଧ୍ୟମ ରେ ଯୁବକ ଯୁବତୀ ମାନେ ସିଧାସଳଖ କ୍ୟୁଆର କୋଡ଼ ସ୍କାନ କରି ମଧ୍ୟ ଆବେଦନ କରିପାରିବେ ବୋଲି ଜିଲ୍ଲା ଯୁବ ଅଧିକାରୀ କହିଥିଲେ l ଏହି ଅବସର ରେ ଜିଲ୍ଲାର ବିଭିନ୍ନ ପଦାଧିକାରୀ ଙ୍କ ସହ ସ୍ବେଛାସେବୀ ମାନେ ମଧ୍ୟ ଉପସ୍ଥିତ ଥିଲେ l ଏଥିରେ ଭବାନୀପାଟଣା ମୁନିସିପାଲିଟି ଅଫିସ, ଡିସିପିଓ ଅଫିସ, ଜିଲ୍ଲା ଯୋଜନା ବୋର୍ଡ଼, ସାଂସ୍କୃତିକ ବିଭାଗ,ଏନଏସଏସ ଅଧିକାରୀ ଯୋଗଦେଇଥିବା ବେଳେ ଯୁବ ଲେଖକ ଦିଲେଶ୍ଵର ରଣା, ଯୁବ ଚିତ୍ରଶିଳ୍ପୀ କ୍ଷୀରସିନ୍ଧୁ ଭୋଇ ଯୋଗଦେଇଥିଲେ l ସେହିପରି ପୂର୍ବତନ ଜାତୀୟ ସ୍ବେଛାସେବି ଲଷ୍ମୀ ସାହୁ, ଜଗଦାନନ୍ଦ ପ୍ରଧାନ, ହେମସାଗର ସାହୁ, ସ୍ବେଛାସେବୀ ଶମ୍ଭୁ ବିଶି, ମହେଶ୍ୱର ସୁନାନୀ, ଅଭିଷେକ ବେହେରା, ରାହୁଲ ତାଣ୍ଡି ଯୋଗଦେଇଥିଲେ l ସ୍ଵେଛାସେବୀ ଯଶୋବନ୍ତ ରଣା, ଚସମିତ କୌର, ମନୀଷ କୁମାର ସାହୁ ଯୋଗଦେଇଥିଲେ l ଶେଷରେ ସଭାପତି ଙ୍କ ନିର୍ଦେଶ କ୍ରମେ ଲେଖାପାଳ ଦୁତୀୟା ବନଛୋର ଧନ୍ୟବାଦ ଅର୍ପଣ କରିଥିଲେ l