ନୂଆପଡା: ବର୍ତମାନ କରୋନା ର ତୃତୀୟ ଲହର ବିରୋଧରେ ସମଗ୍ର ବିଶ୍ବ ଲଢେଇ ଜାରି ରଖିଛି । କରୋନା ସହିତ ଓମିକ୍ରମ ପ୍ରତିହତ କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ଲାଗି ପଡ଼ିଛନ୍ତି । ପୋଲିସ କରୋନାର ପ୍ରଥମ ଲହର ଓ ଦ୍ଵିତୀୟ ଲହର ସମୟରେ ଲୋକଙ୍କୁ ସଚେତନ କରିବା ପାଇଁ ନାକେଦମ ହୋଇପଡିଥିଲା। ବର୍ତମାନ ମଧ୍ୟ ରାଜ୍ୟରେ ଦୈନିକ ସଂକ୍ରମଣ ବଢି ବଢି ଚାଳିଥିବାରୁ ଲୋକଙ୍କୁ ପୋଲିସ ସଚେତନ କରିବା ସହିତ ମାକ୍ସ ପିନ୍ଧିବା, ସାମାଜିକ ଦୂରତା ଅବଲମ୍ବନ କରିବା ସହିତ ସେନିଟାଇଜର ବ୍ୟବହାର ପାଇଁ ନିବେଦନ କରୁଛନ୍ତି । ଏପରି ସମୟ ରେ ଜଣେ ସମାଜସେବୀ ଖଡିଆଳ ବ୍ଲକ ବାଦୀ ଗ୍ରାମ ପଂଚାୟତ ମାଳପଡା ଗ୍ରାମର ଚୈତନ୍ୟ ପ୍ରଧାନୀ ଏକ ହଜାର ମାକୁ , ୨୦ ଲିଟର ସେନିଟାଇଜର ଓ କିଛି ସୈନିଟାଇଜର ସ୍ପ୍ରେ ବୋତଲ ଖଡିଆଳ ପୋଲିସ କୁ ପ୍ରଦାନ କରିଛନ୍ତି । ସମାଜସେବୀ ଚୈତନ୍ୟ ପ୍ରଧାନୀ ପ୍ରଦାନ କରିଥିବା ସମସ୍ତ ମାକ୍ସ ସେର୍ନିଟାଇଜର ଲୋକମାନଙ୍କୁ ପ୍ରଦାନ କରାଯିବ ବୋଲି ଆଇଆଇସି ଅରବିନ୍ଦ ମୁଦୁଲି ପ୍ରକାଶ କରିବା ସହିତ ଶ୍ରୀ ପ୍ରଧାନୀ ଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି । ସୁଚନା ଥାଉକି ଗତବର୍ଷ ୨୦୨୧ ମାର୍ଚ୍ଚ ମାସ ରେ ମଧ୍ୟ କରୋନାର ଦ୍ଵିତୀୟ ଲହର ସମୟରେ ଶ୍ରୀ ପ୍ରଧାନୀ ଖଡ଼ିଆଳ ପୋଲିସ ଙ୍କୁ ୨୫୦ ଗ୍ରାମର ହଜାରେ ପାଣିବୋତଳ ଯୋଗାଇ ଦେଇଥିଲେ ।ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ
next post