ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ବଡ଼ମହେଶ୍ଵର ଗ୍ରାମରେ ଅନୁଷ୍ଠିତ ହେଉଥିବା ରୟାଲ କ୍ରିକେଟ କ୍ଲବ ଟୁର୍ନାମେଣ୍ଟ ଉଦଯାପିତ ହୋଇଯାଇଛି |ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଖଡ଼ିଆଳ ବିଧାୟକ ଅଧୀରାଜ ପାଣିଗ୍ରାହୀ ଓ ଅନ୍ୟତମ ଅତିଥି ଭାବରେ ନୂଆପଡା ବିଧାୟକ ରାଜେନ୍ଦ୍ର ଢୋଲକିଆ ଯୋଗଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ। l ସମ୍ମାନିତ ଅତିଥି ଭାବରେ ସ୍ଥାନୀୟ ସରପଞ୍ଚ ଶ୍ରୀ ବିଦୁର ଶବର ରହିଥିବା ବେଳେ ପୂର୍ବତନ ସରପଞ୍ଚ ଶ୍ୟାମସୁନ୍ଦର କୁଲଦୀପ, ପୂର୍ବତନ ସମିତି ସଭ୍ୟ ଗୌତମ ତାଣ୍ଡି, ସନ୍ତୁ ପଟନାୟକ, ଦଶମୁ ବେହେରା, ହେରlମ୍ବ ଶବର ଏହି ଫାଇନାଲ ମ୍ୟାଚରେ ଯୋଗଦେଇଥିଲେ l ଫାଇନାଲ ମ୍ୟାଚ ଅମଲାପାଲି ଓ ଭୋଜପୁର ଦଳ ମଧ୍ୟରେ ହୋଇଥିଲା l ପ୍ରଥମେ ଭୋଜପୁର ଦଳ ଟସ ଜିତି ନିର୍ଦ୍ଧାରିତ 15 ଓଭର ରେ 128 ରନ ସଂଗ୍ରହ କରିଥିଲା l ଜବାବ ରେ ଅମ୍ଳl ପାଲି ଦଳ 13 ଓଭର ରେ ଚାରି ଉଇକେଟ ହରାଇ ଆବଶ୍ୟକୀୟ ରନ ସଂଗ୍ରହ କରି ବିଜୟୀ ହୋଇଥିଲା l ଚମ୍ପିୟାନ ଓ ରନର୍ସ ଅପ ଦଳକୁ ଟ୍ରଫି ସହ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲାଏହି ମ୍ୟାଚରେ ଧାରା ବିବରଣୀ ଥବିର ଦୀପ କରିଥିବା ବେଳେ ଏମପେୟାର ଭାବରେ ବସନ୍ତ ଶବର ଏବଂ ତରୁଣ ହରିଜନ,ରୟାଲ କ୍ଲବ ବଡ଼ ମହେଶ୍ୱର ଏହାକୁ ଆୟୋଜନ କରିଥିବା ବେଳେ ଏଥିରେ 16ଟି ଦଳ ଭାଗ ନେଇଥିଲେ l ମ୍ୟାଚରେ ସହଯୋଗ କରିଥିଲେ ଆୟୋଜକ କମିଟିର ସଭାପତି ଯୁଗଳ ଭୋଇଙ୍କ ସମେତ ଅନିଲ ଭୋଇ,ବୀରେନ୍ଦ୍ର ପଟେଲ, ତୁଳା, ପପୁ, ଟିକେରାମ, ମୋହନ ଭୋଇ,ଅଭିଳାଷ, ଜୟକ୍ରିଷ୍ଣା, ରାଜେନ୍ଦ୍ର ସମସ୍ତେ ସହଯୋଗ କରିଥିଲେ l ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ