ଓଡ଼ିଶାର ବିଭିନ୍ନ ସ୍ଥାନରେ ଲକ୍ଷ୍ମୀପୂଜା ବେଶ ଜାକଜମକରେ କରାଯାଉଥିବା ବେଳେ ଢେଙ୍କାନାଳ ଜିଲ୍ଲା ଏଥିପାଇଁ ବିଶ୍ୱ ପ୍ରସିଦ୍ଧ ହାସଲ କରିଛି ।କୁମାର ପୂର୍ଣ୍ଣିମା ଆସିଲେ ଢେଙ୍କାନାଳ ସହରକୁ ଲୋକଙ୍କ ସୁଅ ଛୁଟେ ।ଯିଏ କୋଣରେ ଥିଲେବି ଲକ୍ଷ୍ମୀପୂଜା ହେଲେ ଢେଙ୍କାନାଳର ପହଁଚି ଥାନ୍ତି । ଢେଙ୍କାନାଳ ବାସୀଙ୍କ ପାଇଁ ଏହା କେବଳ ଏକ ପୂଜା ନୁହେଁ ଏହା ଆବେଗର ଉତ୍ସ ।
ଚଳିତ ବର୍ଷ ମୋଟ ୩୮ ଟି ମଣ୍ଡପରେ ମା’ ଲକ୍ଷ୍ମୀ ଶୋଭା ପାଉଛନ୍ତି ।ପୂଜାକୁ ଆକର୍ଷଣୀୟ କରିବା ପାଇଁ ପୂଜା ମଣ୍ଡପ ସମ୍ମୁଖରେ ଏବଂ ବଜାରର ନିଜ ନିଜ ମେଢ଼ ସୀମାନ୍ତ ସ୍ଥାନ ମାନଙ୍କରେ ବିଭିନ୍ନ ପ୍ରକାର କାରୁକାର୍ଯ୍ୟ ନେଇ ତୋରଣ ନିର୍ମାଣ ହୋଇଛି।ସହରର ପ୍ରବେଶ ପଥରୁ ଆରମ୍ଭ ଲରି ୭କି.ମି. ବ୍ୟାପୀ ଏକ ସମାନ୍ତରାଳ ଧାଡିରେ ଅଧିକାଂଶ ମଣ୍ଡପ ଗୁଡିକ ରହିଥିବାରୁ ପୂଜା ମଣ୍ଡପ ଗୁଡିକ ପ୍ରତିଯୋଗିତା ମୂଳକ ଭାବେ ସାଜସଜ୍ଜା କରିଛନ୍ତି ।
ଚଳିତ ବର୍ଷ ଗଣେଶ ବଜାର ୬ଲକ୍ଷ ଟଙ୍କା ବ୍ୟୟରେ ୬୫ ଫୁଟ ଉଚ୍ଚ ତୋରଣ ବାଉଁଶ ,କୁଲା ଚାଙ୍ଗୁଡ଼ି ରେ ନିର୍ମାଣ କରିଛି ଚଳିତ ବର୍ଷ ଏହି ପୂଜା କମିଟି ୭୪ତମ ବର୍ଷରେ ପହଁଚିଛି । ୫ ଟି ମଣ୍ଡପରେ ଚାନ୍ଦି ମେଢ଼ରେ ମା’ ଦର୍ଶନ ଦେଉଛନ୍ତି ,ପୂର୍ବରୁ ମୀନା ବଜାର ଚାନ୍ଦି ମେଢ଼ ଓ ସୁନା କିରୀଟ , କୈବଲ୍ୟ ବଜାର ଚାନ୍ଦିମେଢ଼ ସହିତ ସୁନା ମୁକୁଟ , ଗଣେଶ ବଜାର ଗୁଡ଼ିଆନାଳି ଚାନ୍ଦିମେଢ଼ ଓ କିରୀଟରେ ପୂଜା କରି ଆସୁଛନ୍ତି । ଚଳିତ ବର୍ଷ ଏଥିରେ ସାମିଲ ହୋଇଛି ଲକ୍ଷ୍ମୀ ବଜାର ପ୍ରାୟ ଦେଢ଼ କୁଇଣ୍ଟାଲ ଚାନ୍ଦିରେ ଝଟକୁଛନ୍ତି ମା’ ,ଏହି କମିଟି ତାହାର ହୀରକ ଜୟନ୍ତୀ ପାଳନ କରୁଥିବା ବେଳେ କାଳିକା ବଜାର ସୁବର୍ଣ୍ଣ ଜୟନ୍ତୀ ଓ ମହିଷାପାଟ ରୌପ୍ୟ ଜୟନ୍ତୀ ପାଳନ କରୁଛି ।
ମହିଷ।ପାଟ ସ୍ଥିତ ପଡିଆରେ ପଲ୍ଲୀଶ୍ରୀ ମେଳାର ଆୟୋଜନ ହୋଇଛି ,ଏଥିରେ ଜିଲ୍ଲା ତଥା ରାଜ୍ୟର ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ଦ୍ଵାରା ନିର୍ମିତ ବିଭିନ୍ନ ସାମଗ୍ରୀ ବିକ୍ରି ହେଉଛି । ସେହିପରି ମନୋରଂଜନ ପାଇଁ ଦୋଳି ଏବଂ ମୀନାବଜାର ଆକର୍ଷଣ ପାଲଟିଛି ।ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୨୪ ପ୍ଲାଟୁନ୍ ଫୋର୍ସ ଜଗିଛନ୍ତି । ଏଥିସହ ବିଭିନ୍ନ ସ୍ଥାନରେ ସିସି କ୍ୟାମେରା ଖଞ୍ଜାଯାଇଛି ।
ସ୍ଵତନ୍ତ୍ର ପ୍ରତିନିଧି ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ସହ କାମାକ୍ଷାନଗର ଉପଖାଣ୍ଡ ରୁ ପ୍ରହଲ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍