ଏବେ ବି ଆହୁରି ଅଛି ମୁକୁଳା ବିଜ୍ଞାପନ ଫଲକ
ଧର୍ମଗଡ ଏବେ ନିର୍ବାଚନ ପାଇଁ ନିର୍ବାଚନ କମିଶନ ଙ୍କ ଦ୍ଵାରା ଆଦର୍ଶ ଆଚରଣ ବିଧି ଲାଗୁ କରା ଯାଇଛି । ଆଚରଣ ବିଧି ଲାଗୁ ହେବ। ପରେ ଏବେ ସହର ତଥା ଗ୍ରାମାଞ୍ଚଳ ରେ ମୁଖ୍ୟମନ୍ତ୍ରୀ ଙ୍କ ଫଟୋ ଥାଇ ଲାଗିଥିବା ସୂଚନା(ବିଜ୍ଞାପନ)ଫଳକ ସବୁ କୁ ହଟାଇବାକୁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ଏହି ଫଳକ ସବୁ ର ପ୍ରଭାବ ସାଧାରଣ ଭୋଟର ଙ୍କ ଉପରେ ପଡ଼ିବ ଏହି ଆଶଙ୍କା ରହିଛି । ସ୍ୱଚ୍ଛ ଓ ନିରପେକ୍ଷ ନିର୍ବାଚନ ପରିଚାଳନା ପାଇଁ ଏଭଳି ନିର୍ଦେଶ ଦିଆ ଯାଇଛି । ଏହି ପାରିପେକ୍ଷି ରେ ଧର୍ମଗଡ ସହର ମୂଖ୍ୟ ରାସ୍ତା କଡ ରେ ମୁଖ୍ୟମନ୍ତ୍ରୀ ଙ୍କ ଫଟୋ ଥାଇ ଲାଗିଥିବା ଏକ ସୂଚନା (ବିଜ୍ଞାପନ)ଫଳକ କୁ ସବୁଜକନା ରେ ଢାଙ୍କି ଦିଆ ଯାଇଛି । ତେବେ ମୂଖ୍ୟ ରାସ୍ତା କୁ ଲାଗିକି ଥିବା କଳାହାଣ୍ଡି ଉତ୍ସବ ପଡିଆ ରେ ମୂଖ୍ୟ ରାସ୍ତା ପଟ କୁ ମୁଖ୍ୟମନ୍ତ୍ରୀ ଙ୍କ ଫଟୋ ଥାଇ ଲାଗିଥିବା ଅନ୍ୟ ଏକ ବିଜ୍ଞାପନ ଫଳକ କିନ୍ତୁ ଢ଼ଙ୍କା ନଯାଇ ମୁକୁଳା ଥିବା ଦେଖା ଯାଉଛି । ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ