ତୁମ ପ୍ରତି ହାତର ପରଶରେ
ଖେଳିଯାଏ ଶିହରଣ
ମୋ ଶରୀର ଶିରା ପ୍ରଶିରାରେ
ଓ ଧମନୀ, ମହାଧମନୀରେ l
ତୁମ ପ୍ରତି କଥାରେ
ଆଣିଦିଏ ପୁଲକ
ମୋ ହୃଦୟର ସବୁଜିମାରେ l
ତୁମ ମୁଖ ଚାହାଣିରେ
ପ୍ରତିବିମ୍ବିତ କରେ
ନୀରରେ ପଡୁଥିବା ରବିଙ୍କ ଝଲସ l
ତୁମ ଓଠର ଚୁମ୍ବନ
ମତୁଆଲା କରେ
ସ୍ନେହ, ପ୍ରେମର ବନ୍ଧନ l
ତୁମେ କିଏ ଗୋ
ଅତି ଦୂରେ
ଥାଇ ବି ଅତି ନିକଟତର
ଅତି ପାଶେ
ଥାଇ ବି ଅଜ୍ଞାତର
ନାହିଁ ତୁମ ପରିଚୟ
କେଉଁ ଗାଁର ?