ଥୁଆମୂଳ ରାମପୁର: ମ.ନି.ସ:- ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବା ପରେପରେ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକରେ ନିର୍ବାଚନ ମଇଦାନକୁ ଓହ୍ଲେଇବା ନେଇ ପ୍ରାର୍ଥୀ ମାନେ ନାମାଙ୍କନ ପତ୍ର ଦାଖଲ କରିବା ପାଇଁ ଇଛାପ୍ରକାଶ କରିଛନ୍ତି। ୧୭ ତାରିଖରୁ ନାମାଙ୍କନ ପତ୍ର ଦାଖଲ କାର୍ଯ୍ଯକ୍ରମ ଆରମ୍ଭ ହୋଇସାରିଛି। ଏହି ତିନିଦିନ ମଧ୍ୟରେ ୧୩୧ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ପ୍ରଥମ ଦିନରେ ବ୍ଳକର ୨୪ ଗୋଟି ପଞ୍ଚାୟତରେ ସରପଞ୍ଚ ପଦ ପାଇଁ ୧ ଥିବାବେଳେ ଓ୍ବାର୍ଡ ମେମ୍ବର ପାଇଁ ୧୧ ଜଣ ନାମାଙ୍କନ ଦାଖଲ କରିଥିଲେ। ଦ୍ବିତୀୟ ଦିନରେ ସରପଞ୍ଚ ପ୍ରାର୍ଥୀ ୪ ଜଣ, ସମିତି ସଭ୍ଯ ପ୍ରାର୍ଥୀ ୪ ଜଣ ଓ ଓ୍ବାର୍ଡ ମେମ୍ବର ୨୦ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିଲେ। ସେହିପରି ଆଜି ୧୯/୧/୨୦୨୨ ତାରିଖରେ ୧୬ ଜଣ ସରପଞ୍ଚ ପ୍ରାର୍ଥୀ, ସମିତି ସଭ୍ଯ ପ୍ରାର୍ଥୀ ୧୬ ଜଣ ଓ ୫୯ ଜଣ ଓ୍ବାର୍ଡ ମେମ୍ବର ପ୍ରାର୍ଥୀ ନମାଙ୍କନ ପତ୍ର ଦାଖଲ କରିଥିବା ସୂଚନା ଅନୁସାରେ ଜଣାପଡିଛି।