କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଯୋରାଡବରା ପଞ୍ଚାୟତ ଅନ୍ତର୍ଗତ ସିଶାଖାଳ ଗ୍ରାମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କ ପାଇଁ ବେଞ୍ଚ ଡେକ୍ସର ବ୍ୟବସ୍ଥା ହୋଇ ଯାଇଛି l ମୋ ସ୍କୁଲ ଅଭିଯାନ ରେ ୧୪୬୫୧/- ଟଙ୍କା ଜମା ହୋଇଥିବାରୁ ତାହା ୪୩୯୫୩/- ଟଙ୍କା ପ୍ରାପ୍ତ ହୋଇଥିଲା l ଏହି ଟଙ୍କା ରେ ପ୍ରଥମ ପ୍ରଯ୍ୟାୟରେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ବେଞ୍ଚ ଡେକ୍ସ ର ଶୁଭ ଉଦଘାଟନ ହୋଇଯାଇଛି l ସିଶାଖାଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସଭାପତି ଠାକୁର ହରିଜନଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ କ୍ଷିତିସୁତା ସାହୁ, ସିଆରସି ଗୋପମଣୀ ସାହୁ, ସମାଜସେବୀ କ୍ଷେତ୍ରୀ ସାହୁ, ଦଶମନ୍ତ ସାହୁ, ପୁରାତନ ଛାତ୍ର, ଧୂବଳ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ l ଆୟୋଜିତ କାର୍ଯ୍ୟକ୍ରମରେ ଯୁବରାଜ ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଖିରସାଗର ସାହୁ ସ୍ୱାଗତ ଭାଷଣ ଦେଇ ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ସହିତ ପାଠପଢ଼ା ପ୍ରତି କିପରି ଆଗ୍ରହ ବଢ଼ିବ ସେ ନେଇ ସଦା ଚେଷ୍ଟା ରହିବ ବୋଲି ମତ ପ୍ରକାଶ କରିଥିଲେ l ପ୍ରଧାନ ଶିକ୍ଷକ ଶ୍ରୀ ସାହୁଙ୍କ ଏହିପରି କାର୍ଯ୍ୟ ଦେଖି ଗ୍ରାମବାସୀ ବହୁତ ସାରା ପ୍ରଶଂସା କରୁ ଥିବାର ଦେଖାଯାଏ l
କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା