ଏକ ବର୍ଷ ଜେଲ ଓ ୧୦ ହଜାର ଟଙ୍କା ଜରିମାନା
ନୂଆପଡା: ଭବାନୀପାଟଣା ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ନୂଆପଡ଼ା ଜିଲ୍ଲା ପୂର୍ବତନ ଶ୍ରମ ଅଧିକାରୀ ପଞ୍ଚାନନ ମଲ୍ଲିକ ଦଣ୍ଡିତ ହୋଇଛନ୍ତି। ନୂଆପଡ଼ା ଜିଲ୍ଲା ପୂର୍ବତନ ଶ୍ରମ ଅଧିକାରୀ ଶ୍ରୀ ମଲ୍ଲିକ ୩୭୨ ଜଣ ଶ୍ରମିକଙ୍କ ଠାରୁ ଶ୍ରମକାର୍ଡ ପ୍ରଦାନ ନିମନ୍ତେ ୧୫ ହଜାର ଟଙ୍କା ଲାଞ୍ଚ ନେଇଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ। ବୁଧବାର ଏହି ମାମଲାର ଶୁଣାଣି ହୋଇଥିଲା। ମାନ୍ୟବର ସ୍ବତନ୍ତ୍ର ଭିଜିଲାନ୍ସ ଜର୍ଜ ପ୍ରଣବ ରାଉତରାୟ ଶୁଣାଣି କରି ଅଭିଯୁକ୍ତକୁ ୧ ବର୍ଷ ଜେଲ ଓ ୧୦ ହଜାର ଟଙ୍କା ଜରିମାନା ପାଇ ନିର୍ଦେଶ ଦେଇଛନ୍ତି। ଜରିମାନା ଅନାଦେୟ ହେଲେ ଆହୁରି ମାସେ ଅଧିକ ଜେଲ୍ ଦଣ୍ଡାଦେଶ ପାଇଁ ନିର୍ଦେଶ ଦେଇଛନ୍ତି। ଭିଜିଲାନ୍ସ ସ୍ବତନ୍ତ୍ର ପିପି ଅଶ୍ବିନୀ ସାହୁ ମାମଲା ପରିଚାଳନା କରିଥିଲେ । ନୂଆପଡା ରୁ ସୁଜିତ କୁମାର ପ୍ରଧାନଙ୍କ ରିପୋର୍ଟ