ନୂଆପଡା: ନୂଆପଡ଼ା ଜିଲ୍ଲା ଖଡିଆଳ ବ୍ଲକ ଅନ୍ତର୍ଗତ ଭୋଜପୁର ପଂଚାୟତରେ ଏକ ବାଲ୍ୟ ବିବାହକୁ ରୋକିଛି ନୂଆପଡା ଚାଇଲ୍ଡ ଲାଇନ ଓ ଖଡିଆଳ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ବିଭାଗ । ଭୋଜପୁର ପଂଚାୟତର ଜଣେ ୧୬ ବର୍ଷ ୬ ମାସର ନାବାଳକଙ୍କ ବିବାହ ଆସନ୍ତା ମାର୍ଚ୍ଚ ମାସରେ ସ୍ଥିରିକୃତ ହୋଇଥିଲା । ଏହି ଖବର ପାଇ ଆଜି ଚାଇଲ୍ଡ ଲାଇନର କମକର୍ତା, ଖଡିଆଳ ପୋଲିସ ଏବଂ ଖଡିଆଳ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଗ୍ରାମକୁ ଯାଇ ପରିବାର ଲୋକଙ୍କ ସହ ଆଲୋଚନା କରି ବିବାହକୁ ରୋକିଥିବା ସୂଚନା ମିଳିଛି । ସେହିପରି ସିନାପାଲି ବ୍ଲକ ଅନ୍ତର୍ଗତ ଗଣ୍ଡାବାହାଲି ପଂଚାୟତର ଜଣେ ୧୭ ବର୍ଷୀୟ ନାବାଳିକାଙ୍କ ବିବାହ ଗ୍ରାମର ଜଣେ ଜଣେ ଯୁବକଙ୍କୁ ସହ ସ୍ଥିରିକୃତ ହୋଇଥିଲା । ଏହି ଖବର ପରେ ନାବାଳିକାଙ୍କ ଘରକୁ ପହଂଚି ବାଲ୍ୟ ବିବାହକୁ ବନ୍ଦ କରିଥିବା ସୂଚନା ମିଳିଛି । ଏଥିରେ ୨ ଗୋଟି ବାଲ୍ୟ ବିବାହ ରୋକିବାରେ ନୂଆପଡା ଚାଇଲ୍ଡ ଲାଇନ ସଂଯୋଜକ ମୁକେଶ କୁମାର ଯୋଷୀ, ସଦସ୍ୟା ସବିତା ସୁନାନୀ, ସିନାପାଲି ଶିଶୁ ବିକାଶ ପ୍ରକଳ୍ପ ମଣ୍ଡଳ ପରିଦର୍ଶିକା ଜାଜ୍ଞସିନୀ ହୋତା, ସିନାପାଲି ଥାନାଧୀକାରୀ ଡମ୍ବରୁଧର ପ୍ରଧାନ, ଖଡିଆଳ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ମନକୁମାରୀ ଲମ୍ବୋ, ଅଙ୍ଗନୱାଡି କର୍ମୀ, ୱାର୍ଡ ସଭ୍ୟ ଏବଂ ଗ୍ରାମର ଭଦ୍ର ବ୍ୟକ୍ତି ଉପସ୍ଥିତ ଥିଲେ । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ
previous post
next post