ନର୍ଲା (ମ,ପ୍ର) କଳାହାଣ୍ଡି ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀର ଏକ କାୟାକଳ୍ପ ପ୍ରତିନିଧି ଦଳ ନର୍ଲା ବ୍ଳକ ଅନ୍ତର୍ଗତ ରୁପ୍ରା ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ପରିଦର୍ଶନ କରିଥିଲେ। କାୟାକଳ୍ପ ୨୦୨୧-୨୨ର ଏହି ପରିଦର୍ଶନ ସମୟରେ ସ୍ଵାସ୍ଥ୍ୟ କେନ୍ଦ୍ରର ମାନ ମୂଲ୍ୟାୟନ କରିଥିଲେ। ଏହି ଦଳରେ ଜିଲ୍ଲାର ଡିଏମ୍ଆରସିଏଚ ଭବାନୀ ଶଙ୍କର ସାହୁ ଓ ପ୍ରବୀଣ ସେନାପତି ଟି.ବି ପ୍ରୋଗ୍ରାମ ଅଧିକାରୀ ଉପସ୍ଥିତ ରହି ଉତ୍ତମ ସ୍ଵାସ୍ଥ୍ୟ ସେବା, ରକ୍ଷଣାବେକ୍ଷଣ, ପରିବେଶ ଅନୁକୂଳ ବିଏମଡ଼୍ଲୁ ପରିଚାଳନା ଉପରେ ସ୍ଵାସ୍ଥ୍ୟ କେନ୍ଦ୍ରର କର୍ମଚାରୀଙ୍କୁ ବିଭିନ୍ନ ପ୍ରଶ୍ନ ପଚାରି ମୂଲ୍ୟାୟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଅଧିକାରୀ ଡ଼ା ସନତ କୁମାର ଶତପଥୀ, ବିପିଏମ ଶବିର ପଧାନ, ରୁପ୍ରା ସ୍ବାସ୍ଥ୍ୟ କେନ୍ଦ୍ରର ଆୟୁଷ ଅଧିକାରୀ ଡ଼ା ଦୁର୍ଯ୍ୟୋଧନ ପଧାନ, ଏଥିସହ ମୁସ୍କୁଟି ସିଏଚ୍ଓ ତ୍ରିବିକ୍ରମ ପଧାନ, ରୁପ୍ରା ସେକ୍ଟର ସୁପରଭାଇଜର ତ୍ରିଲକ୍ୟ ଭୋଇ, ରୁପ୍ରା ସ୍ବାସ୍ଥ୍ୟ କେନ୍ଦ୍ରର ଫାର୍ମାସିଷ୍ଟ ସୁବ୍ରତ କୁମାର ବେହେରା, ମହିଳା ସ୍ଵାସ୍ଥ୍ୟ କର୍ମୀ କୁସୁମ ବାରିକ, ତେସରୀ ବାଗ, ହେମନ୍ତ ନାଗ ଓ ଜଗୁଆଳି ଗଣେଶ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି।