Uncategorizedସୁରେନ୍ଦ୍ର କୁମାର ବେହେରା ଙ୍କ କବିତା ଦୀପାବଳି ପାଇଁ ଦୀପଟିଏ ହେବି by Sunil Chandra NayakOctober 24, 2022056 Share0 ଦୀପାବଳି ପାଇଁ ଦୀପଟିଏ ହେବି ସୁରେନ୍ଦ୍ର କୁମାର ବେହେରା ଦୀପାବଳି ପାଇଁ ଦୀପଟିଏ ହେବି ନାଶିବାକୁ ଅନ୍ଧକାର ଜଳିବା ମୋହର ଧର୍ମ କର୍ମ ହେବ ସମାଜକୁ ବାର୍ତ୍ତା ମୋର ।0। ଜ୍ଞାନର ଆଲୋକେ ସମାଜ ହସିବ ଧନ୍ୟ ହେବି ଜଳି ମୁହିଁ କେତେଯେ ଭରସା କରିଛନ୍ତି ମତେ ଅଜ୍ଞତା ହରିବା ପାଇଁ ।1। ଆନନ୍ଦ ଲହରୀ ଛୁଇଁ ଯାଉ ସଦା ଅଜ୍ଞତାକୁ କରି ଦୂର ଆଲୋକର ଶିଖା ପ୍ରଜ୍ଜ୍ଵଳିତ ହେଉ ମର୍ତ୍ତ୍ୟ ବଇକୁଣ୍ଠ ପୁର ।2। ଆମ ଏସଂସ୍କୃତି ଆମ ପରମ୍ପରା ଆଧ୍ୟାତ୍ମିକ ଅନୁତାପ ଅମା ଅନ୍ଧକାର ହେଇଯିବ ଦୂର ଜାଳି ଦେଲେ ମାଟି ଦୀପ ।3। ଶୁଦ୍ଧ ମନ ପ୍ରାଣ ଧନ୍ୟ ଏ ଜୀବନ ବଡ଼ ବଡୁଆଙ୍କ ପାଇଁ ଆଲୋକର ପର୍ବ ଆମରି ଗରବ ଆନନ୍ଦ ଲଭିବା ପାଇଁ ।4। ମୋ ପୂର୍ବ ପୁରୁଷ ଦୀପ ପରି ଜଳି ଯାଇଛନ୍ତି ଯଶ ରଖି ଅଙ୍ଗୀକାର ମୁହିଁ ତାଙ୍କ ପଥେ ଯାଇ ଜଳିବି ମୁଁ ଶିଖା ଟେକି ।5। ଜଳିବାରେ ନିତି ଆନନ୍ଦ ପାଇବି ବିଭୁ ପାଦେ ଯିବି ଲୋଟି ଏସାରା ଜଗତ ଦୀପ ମୟ ହେବ ଅନ୍ଧକାର ଯିବ ହଟି ।6। ମୁହିଁ ଅକିଞ୍ଚନ ନୁହେଁ ବିଦ୍ବଜ୍ଜନ କେବଳ କରିଛି ଇଛା ଆଶିଷ କରନ୍ତୁ ମୋ ପୂର୍ବ ପୁରୁଷ ପୂର୍ଣ୍ଣ ହେଉ ମନୋବାଞ୍ଛା ।7। ଜିତିପୁର ,ହରିପୁର ହାଟ ,ଯାଜପୁର