ରାୟଗଡା: ମ.ନି.ସ ର:-୨୦/୧ – ରାୟଗଡା ଜିଲ୍ଲା ଗ୍ରାମ୍ଯ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଙ୍କୁ ନେଇ ଜିଲ୍ଲାପାଳ ଙ୍କ ଅଧ୍ଯକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର ନିର୍ବାଚନ ଆଚରଣ ବିଧିକୁ କଡ଼ାକଡ଼ି ଭାବରେ ପାଳନ କରିବାକୁ ରାଜନୈତିକ ଦଳର କର୍ମକର୍ତ୍ତା ଙ୍କୁ ଅନୁରୋଧ। ଚଳିତ ତ୍ରିସ୍ତରୀୟ ନିର୍ବାଚନ ସମୟରେ ପଦଯାତ୍ରା,ମଟର ସାଇକେଲ ରାଲି ଏବଂ ବିଜୟ ଶୋଭାଯାତ୍ରା କୁ ବାରଣ କରାଯାଇଛି। ପ୍ରାର୍ଥୀ କେବଳ ସୀମିତ ଲୋକଙ୍କୁ ନେଇ ପ୍ରଚାର କରିବେ। ପ୍ରଚାର ସମୟରେ ମାସ୍କ, ସାନିଟାରୀ ବ୍ଯବହାର ସହ ସାମାଜିକ ଦୂରତା ଅବଲମ୍ବନ କରିବା ପାଇଁ ଜିଲ୍ଲାପାଳ ବିଭିନ୍ନ ଦଳର ପ୍ରତିନିଧିଙ୍କୁ ଅବଗତ କରାଇଥିଲେ। ନିର୍ବାଚନ ଅବାଧ ଓ ନିରପେକ୍ଷ କରିବା, ନିର୍ବାଚନ ପାଇଁ ପ୍ରାର୍ଥୀ ଙ୍କ ଖର୍ଚ୍ଚ ସୀମିତ କରିବାକୁ ପରାମର୍ଶ ଦେଇଥିଲେ।ଜିଲ୍ଲ ପରିଷଦ ପ୍ରାର୍ଥୀ ୫ ଲକ୍ଷ ସମିତି ସଭ୍ଯ ପ୍ରାର୍ଥୀ ଓ ସରପଞ୍ଚ ପ୍ରାର୍ଥୀ ସର୍ବୋଚ୍ଚ ୨ ଲକ୍ଷ ଟଙ୍କା ନିର୍ବାଚନ ଖର୍ଚ୍ଚ କରିପାରିବେ, ଜାତ,ଧର୍ମ ଓ କୌଣସି ସମ୍ପ୍ରଦାୟର ଭୋଟରଙ୍କୁ ଧମକ ଦେଇ ଜୋର ଜବରଦସ୍ତ ନକରିବା ପାଇଁ ପରାମର୍ଶ ଦେଇଥିଲେ। ବୈଠକରେ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅନନ୍ତ ନାରାୟଣ ମହାନ୍ତି, ଜିଲ୍ଲା ପଞ୍ଚାୟତ ଅଧିକାରୀ ରାଧାକୃଷ୍ଣ ଗଣ୍ତ,ବିଜେପି ଜିଲ୍ଲା ଯୁବ ସଭାପତି ଶ୍ଯାମ ଦାସ,କଂଗ୍ରେସ ସଭାପତି ଦୁର୍ଗା ପ୍ରସାଦ ପଣ୍ତା,ବିଜୁ ଜନତା ଦଳ ରାଜ୍ଯ କୃଷକ ସେଲ ସମ୍ପାଦକ ବି,ତିରୁପତି,ଆମ ଆଦମୀ ପାର୍ଟ କର୍ମକର୍ତ୍ତା,ନବଭାରତ ପାର୍ଟିର ବି,କାନ୍ତା ରାଓ ଉପସ୍ଥିତ ରହିଥିଲେ।( ଯୁଗଳ କିଶୋର ଜେନା ଙ୍କ ରିପୋର୍ଟ)