ନୂଆପଡା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ଭେଲା ଗ୍ରାମପଂଚୟତ ର ସରପଞ୍ଚ ରୂପେ ବିମଲ ଯୋଶୀ ନିର୍ଦ୍ବନ୍ଦରେ ବିଜୟୀ ହୋଇଛନ୍ତି। ସେ ଜଣେ ମାତ୍ର ପ୍ରାର୍ଥୀ ରୂପେ ନିଜ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ଗ୍ରାମବାସୀମାନେ ତାଙ୍କ ଉପରେ ଆସ୍ଥା ଭାଜନ କରି ଅନ୍ୟ କୌଣସି ବ୍ୟକ୍ତି ନାମାଙ୍କନ ଦାଖଲ କରିନଥିବା ଜଣାପଡିଅଛି। ଏହାର ଶ୍ରେୟ ଗ୍ରାମବାସୀଙ୍କୁ ଦେଇଥିବା ବେଳେ ବୁଢ଼ାରାଜା ଏବଂ ପ୍ରଭୁ ଜଗନ୍ନାଥଙ୍କ ଅପାର କରୁଣା ର ଫଳ ବୋଲି କହିଛନ୍ତି। ତାଙ୍କ ପିତା ସ୍ଵଂର୍ଗତ ଭାନୁପ୍ରକାଶ ଯୋଶୀ ବିଧାୟକ ଥିବା ବେଳେ ସେ ମଧ୍ୟ ଛାତ୍ର ଜୀବନରୁ ନେତୃତ୍ବ ନେବା ଦକ୍ଷତା ରହିଥିଲା। ନେସନାଲ କଲେଜ ରେ ଉପ- ସଭାପତି ରୂପେ ନିର୍ବାଚିତ ହୋଇଥିଲେ। ଗ୍ରାମର ବିକାଶ ମୂଳକ କାର୍ଯ୍ୟରେ ଅଗ୍ରଣୀ ଭୂମିକା ନିଭାଉଥିବା ବେଳେ ତାଙ୍କ ଦ୍ବାରା ବିକାଶ ମୂଳକ କାର୍ଯ୍ୟ କରିବା ପାଇଁ ସଂକଳ୍ପିତ ଅଟନ୍ତି। ସେ ଜଣେ ସଫଳ ଚାଷୀ ରୂପେ ଚାଷୀ ସମସ୍ୟାକୁ ପ୍ରଶାସନ ଆଗରେ ରଖି ତାର ସମାଧାନ କରିବାରେ ମଧ୍ୟ ଅନେକ ଉଦାହରଣ ରହିଅଛି। ପଞ୍ଚାୟତ ନିର୍ବାଚନରେ ଜାନୁଆରୀ ୧୭ ରୁ ୨୧ ତାରିଖ ପର୍ଯ୍ୟନ୍ତ ଭେଲା ସରପଞ୍ଚ ପାଇଁ ଜଣେ ମାତ୍ର ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ
previous post