ଲୋକ ପ୍ରତିନିଧି ହୋଇ ଜନସେବା କରିବାକୁ ମନ ବଳାଇ ନିର୍ବାଚନ ମଇଦାନକୁ ଆସି ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି ଦିବ୍ୟଙ୍ଗ ଲଷ୍ମୀ ମାଝୀ।
ଧର୍ମଗଡ ବ୍ଲକ ଅନ୍ତର୍ଗତ ଛିଲିପା ଗ୍ରାମପଞ୍ଚାୟତ ର ୱାର୍ଡ ନମ୍ବର ୧୧ ପାଇଁ ସେ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି।କାହାରି ବିନା ସହଯୋଗିତା ରେ ଏକ ଟ୍ରାଇ ସାଇକେଲ ରେ ଆସିବା ଦେଖି ତାଙ୍କୁ ଉତ୍ସାହିତ କରାଯାଇଥିଲା।
ଲଷ୍ମୀ ଙ୍କ ସ୍ୱାମୀ ମଧ୍ୟ ଜଣେ ଦିବ୍ୟାଙ୍ଗ।ତାଙ୍କର ଦୁଇଟି ହାତ ନାହିଁ।ନିର୍ବାଚିତ ହେଲେ ନିଜ ୱାର୍ଡରେ ଥିବା ବହୁବିଧ ସମସ୍ୟା କୁ ଦୁର କରିବା ପାଇଁ ଚେଷ୍ଟା କରିବେ ବୋଲି ଦିବ୍ୟାଙ୍ଗ ଲଷ୍ମୀ ମାଝୀ ପ୍ରକାଶ କରିଛନ୍ତି।
ବିଦ୍ୟାଧର ସାହୁଙ୍କ ରିପୋର୍ଟ…..