ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସ୍ୱ ଧର୍ମକୁ ଫେରିଲେ ଦୁଇ ପରିବାରର ୧୨ ସଦସ୍ୟ

ମୟୂରଭଞ୍ଜ -୨୬/୧୦/୨୨ (ମସିହା) ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲା ସୀମାନ୍ତ ଗାଁ ହାରିବେଡା ଗାଁ ‘ ର ୨ ପରିବାରର ୧୨ ଜଣ ମହିଳା ପୁରୁଷ ମୂଳ ସ୍ଵହିନ୍ଦୁ ଧର୍ମ କୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ।   ମିଳିଥିବା ସୂଚନା ଅନୁଯାୟୀ ହାରିବେଡ଼ା ଗାଁ ର ଜେମା ଗଗରାଇ ୬୦ ବର୍ଷ, ବାଗୁନ୍ ଗଗରାଇ ୧୯ ଏବଂ ରାନ୍ଦାଇ ଗାଗରାଇ ୧୮ ବର୍ଷ ପର ପ୍ରରୋଚନାରେ ଓ ମିଥ୍ୟା ପ୍ରଲୋଭନ ର ବଶବର୍ତ୍ତୀ ହୋଇ ନିଜ ମୂଳ ହିନ୍ଦୁ ଧର୍ମ ତ୍ୟାଗ କରି ପ୍ରାୟ ୬ ମାସ ପୂର୍ବେ ଖ୍ରୀଷ୍ଟ ଧର୍ମ ଗ୍ରହଣ କରିଥିଲେ ,ହେଲେ ତାଙ୍କ ପରିବାରର ଦୁର୍ଗା ଗାଗରାଇ ୩୬ , ଗୁରୁବାରି ଗାଗରାଇ ୩୦ , ମାଛୁଆ ଗାଗରାଇ ୩୨ , ବୁଦୁନୀ ଗାଗରାଇ ୨୫ , ସୀତାରାମ ଗାଗରାଇ ୨୫ , ଲିଲି ଗାଗରାଇ ୨୦ , ଯମୁନା ଗାଗରାଇ ୧୮ ଏବଂ ଲେବା ଗାଗରାଇ ୦୪ ମୂଳ ହିନ୍ଦୁ ଧର୍ମ ତ୍ୟାଗ କରି ନ ଥିଲେ , ଖ୍ରୀଷ୍ଟ ଧର୍ମ ଗ୍ରହଣ କଲା ପରେ ସେମାନେ ନାନା ସମସ୍ୟା ର ସମ୍ମୁଖୀନ ହେବା ସହ ତାଙ୍କୁ ଧର୍ମ ପରିବର୍ତ୍ତନ କରା ଯାଇଥିବା ଜାଣି ଯିବା ପରେ, ନିଜ ଭୁଲ ବୁଝି ପାରିଥିଲେ । ତାଙ୍କ ନିଜ ମୂଳ ଧର୍ମ ହିଁ ଠିକ୍ ଅନୁଭବ କରିବା ପରେ ମୂଳ ଧର୍ମ କୁ ଫେରିବା ଇଚ୍ଛା କରି ବିଶ୍ଵ ହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳ କାର୍ଯ କର୍ତ୍ତା ମାନଙ୍କୁ ଏ ବିଷୟରେ ଯୋଗାଯୋଗ କରିଥିଲେ,।ପରିବାରର ଉକ୍ତ ତିନି ଜଣ ଖ୍ରୀଷ୍ଟ ଧର୍ମ ଗ୍ରହଣ କଲା ପରେ ମୂଳ ହିନ୍ଦୁ ଧର୍ମ ପାଳନ କରୁଥିବା ତାଙ୍କ ପରିବାରର ଅନ୍ୟ ସଦସ୍ୟ ମାନଙ୍କୁ ନାନା ଅସୁବିଧାର ସମ୍ମୁଖୀନ ପଡୁଥିଲା ।ଶେଷରେ ସେମାନେ ବିଶ୍ଵ ହିନ୍ଦୁ ପରିଷଦର ବରିଷ୍ଠ କାର୍ଯକର୍ତ୍ତା ରାମଜାନ ମହାନ୍ତ , କାର୍ତ୍ତିକେଶ୍ୱର ମହାନ୍ତ ,ମିଲୁ ମହାନ୍ତ ଏବଂ ଦୁର୍ଗା ଗାଗରାଇ ଙ୍କୁ ଏ ସମ୍ବନ୍ଧରେ ଜଣାଇବା ସହ ମୂଳ ଧର୍ମକୁ ଫେରିବା ପାଇଁ ସହାୟତା କରିବାକୁ ଅନୁରୋଧ କରିଥିଲେ ଏବଂ ତାଙ୍କ ସହଯୋଗ ଯୋଗୁଁ ସ୍ଵ ଧର୍ମ (ହିନ୍ଦୁ ) କୁ ପ୍ରତ୍ୟାବର୍ତ୍ତନ କରିବାରେ ସଫଳ ହେଲେ । ଏହି ଅବସରରେ ଏକ ପରାବର୍ତନ ଉତ୍ସବ ଅନୁଷ୍ଠିତ ହୋଇଥିଲା, ଉତ୍ସବ ରେ ବିଶ୍ବହିନ୍ଦୁ ପରିଷଦର ବିଭାଗ ସମ୍ପାଦକ ମଧୁସୂଦନ ଦାସ , ବିଶ୍ବହିନ୍ଦୁ ପରିଷଦ ଜିଲ୍ଲା ସଭାପତି ମଙ୍ଗୁଳୁ ରାମ ମହାନ୍ତ, ଜିଲ୍ଲା କାର୍ଯକାରୀ ସଭାପତି ନନ୍ଦ କିଶୋର କିସ୍କୁ ,ଜିଲ୍ଲା ଉପସଭାପତି ସ୍ମୃତିମୟ ମହାନ୍ତ , ଜିଲ୍ଲା ସହସଂପାଦକ ଇଂ କମଳା କାନ୍ତ ନାୟକ, ଜିଲ୍ଲା ସତସଙ୍ଗ ପ୍ରମୁଖ ଆଶିଷ ମହାନ୍ତ, ଜିଲ୍ଲା ମଠ ମନ୍ଦିର ଧର୍ମପ୍ରସାର ପ୍ରମୁଖ ଲାଲମୋହନ ଜୀ ମହାରାଜ , ବଜରଙ୍ଗ ଦଳ ପ୍ରାନ୍ତ ପ୍ରଶିକ୍ଷଣ ପ୍ରମୁଖ (ପୂର୍ବ) ଅକ୍ଷୟ କୁମାର ସାହୁ , ବଜରଙ୍ଗ ଦଳ ଜିଲ୍ଲା ସହ ସଂଯୋଜକ ମୃତୁଞ୍ଜୟ ପାଲ, ସାପ୍ତାହିକ ମିଳନ କେନ୍ଦ୍ର ପ୍ରମୁଖ ତୃପ୍ତି ରଞ୍ଜନ ସାହୁ , ସୟଂ ସେବକ ସମୀର ମହାକୁଡ, ବଜରଙ୍ଗ ଦଳ ପ୍ରଖଣ୍ଡ ସଂଯୋଜକ ବିଶ୍ୱଜିତ୍ ବାରିକ ସମେତ ବିଶ୍ବହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର ବହୁ କାର୍ଯକର୍ତ୍ତା ଯୋଗ ଦେଇଥିଲେ ।  ହୋମ ଯଜ୍ଞ, ପୂଜା କର୍ମ ବିଧିବିଧାନ ସହ ଜେମା ଗାଗରାଇ , ବାଗୁନ ଗାଗରାଇ ଓ ରାନ୍ଦାଇ ଗାଗରାଇ ସମେତ ସମସ୍ତ ପରିବାର ବର୍ଗ ସ୍ଵ ଧର୍ମ ( ହିନ୍ଦୁ ) ଧର୍ମ କୁ ପ୍ରତ୍ୟାବର୍ତ୍ତନ କରିଥିଲେ ।ଏହି ପରାବର୍ତ୍ତନ ଉତ୍ସବ କୁ ସଫଳ କରାଇବାରେ ସୀତାରାମ ପୂର୍ତ୍ତି, ମରା ପୂର୍ତ୍ତି, ଘାଷିଆ କାଣ୍ଡେଲ କେଲ , ବାଗୁନ ଲିଆଙ୍ଗି, ଟୁକୁନା ସିଂହ ସମେତ ଗ୍ରାମର ପୁରୁଷ, ମହିଳା ସକ୍ରିୟ ସହଯୋଗ କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଯୁବ କଳାକାର ସ୍ୱର୍ଗତ ପ୍ରମୋଦ ଧୀବରଙ୍କୁ ଜନ୍ମମାଟିରେ ଶ୍ରଦ୍ଧାଞ୍ଜଳି

Sunil Chandra Nayak

ଓଡ଼ିଶା ଆଦର୍ଶ ବିଦ୍ୟାଳୟ,ସାନମୌଦାର ଅଷ୍ଟମ ପ୍ରତିଷ୍ଠା ଦିବସ ପାଳିତ

Sunil Chandra Nayak

କର୍ମବୀର ଗୌରୀଶଙ୍କର ରାୟଙ୍କ ଜୟନ୍ତୀ ଓ ପତ୍ରପତ୍ରିକା ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort