ମାନବିକତା ବର୍ତ୍ତମାନ ବି ବଞ୍ଚିଛି
ନୂଆପଡା : ମାନବିକତା ବର୍ତ୍ତମାନ ବି ବଞ୍ଚିରହିଛି । ଖଡ଼ିଆଳ ସହର ପୋଲିସ ପଡା ର ଜଣେ ବିବାହିତା ମହିଳା ମାନସିକ ଭାରସାମ୍ୟ ହରାଇ ଏଣେତେଣେ ଘୁରି ବୁଲୁଥିଲା । ଖଡ଼ିଆଳ ଥାନା ସବ ଇନିସ୍ପେକ୍ଟର ଭାନୁମତି ବେହେରା ରାତ୍ରି ପେଟ୍ରୋଲିଙ୍ଗ ସମୟରେ ବାଦୀ ଛକ ଯାଇକା ହୋଟେଲ ପାଖରେ ଦେଖିଥିଲେ । ସେହି ସମୟରେ ଉକ୍ତ ମହିଳା ଙ୍କ ଦେହରେ କପଡା ମଧ୍ୟ ନ ଥିଲା । ସାଙ୍ଗେ ସାଙ୍ଗେ ସବ ଇନିସ୍ପେକ୍ଟର ଭାନୁମତି ଉକ୍ତ ମହିଳା ଙ୍କୁ କପଡା ପିନ୍ଧାଇ ଥିଲେ । ତାର ଘର କେଉଁଠି ବୋଲି ଖଡ଼ିଆଳ ସହର ସାରା ଖୋଜିଲେ । ଦୀର୍ଘ ତିନି ଘଣ୍ଟା ଖୋଜିଲା ପରେ ଉକ୍ତ ମହିଳା ଙ୍କ ଘର ପୋଲିସି ପଡା ବୋଲି ଜଣାପଡିଥିଲା । ତା ଘରକୁ ନେଲା ବେଳକୁ ତାଙ୍କ ସ୍ୱାମୀ ନିଶାସକ୍ତ ଅବସ୍ଥା ଘରେ ଥିଲେ । ମହିଳା ଙ୍କୁ ପରେ ତାଙ୍କ ଘରେ ଛାଡ଼ି ସବ ଇନିସ୍ପେକ୍ଟର ବେହେରା ପଳାଇ ଆସିଥିଲେ । ଖଡ଼ିଆଳ ସହର ରେ ଜଣେ ମହିଳା ପୋଲିସି ଅଧିକାରୀ ରାତ୍ର 11 ଘଣ୍ଟା ପଯ୍ୟନ୍ତ ଖୋଜି ତାର ଘରେ ଛାଡ଼ି ଥିବାରୁ ଲୋକେ ସବ ଇନ୍ସପେକ୍ଟର ଭାନୁମତି ବେହେରା ଙ୍କୁ ଭୃୟଂସୀ ପ୍ରଂସାସା କରିବା ସହିତ ମାନବିକତା ଏବେ ବି ବଞ୍ଚିଛି ବୋଲି ଚର୍ଚ୍ଚା କରୁଛନ୍ତି ।ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ