ନବରଙ୍ଗପୁର— ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ(କନ୍ୟାଶ୍ରମ)କୁ ମାନ୍ୟବର ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ ଶ୍ରୀଯୁକ୍ତ ଜଗନ୍ନାଥ ସାରକା ଙ୍କ ପରିଦର୍ଶନ ସମୟରେ ମାନ୍ୟବର ଲୋକସଭା ସଦସ୍ଯ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ମାଝୀ, ଶ୍ରୀଯୁକ୍ତ ପ୍ରଦୀପ ମାଝୀ , ଜିଲ୍ଲାପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ମୋତିରାମ ନାୟକ, ଡାବୁଗାଁ ବ୍ଳକ ଅଧ୍ୟକ୍ଷା ଶ୍ରୀମତୀ ବିଣା ମାଝୀ ଓ ଉପାଧକ୍ଷ ସଦାନନ୍ଦ ନାୟକ,ଜିଲ୍ଲା ପରିଷଦ ସଭ୍ୟ ଗୁପ୍ତ ବିଷୋୟୀ ଓ ଧନସିଙ୍ଗ ଭତ୍ରା ପ୍ରମୁଖଙ୍କ ଉପସ୍ତିତିରେ ସମ୍ପୁକ୍ତ ବିଦ୍ୟାଳୟ ପରିଦର୍ଶନ କରିଥିଲେ । ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିଦର୍ଶନ କରି ପରିବେଶକୁ ଦେଖି ବହୁତ ଖୁସି ପ୍ରକଟ କରି ଥିବା ବେଳେ ଛାତ୍ରୀ ମାନଙ୍କ ସହିତ କଥୋପକଥନ,ପ୍ରଶ୍ନ ଉତ୍ତର ଆଦାନ ପ୍ରଦାନରେ ସମସ୍ତେ ଅତ୍ୟନ୍ତ ଖୁସି ହୋଇଥିଲେ। ୧୨୦ ଶଯ୍ୟାବିଶିଷ୍ଟ ଛାତ୍ରୀନିବାସ ନିର୍ମାଣ, ବିଜ୍ଞାନଗାର ରେ ସହାୟକ, ପିଅନ, ପାଚିକା ନିଯୁକ୍ତି କରିବାକୁ ଛାତ୍ରୀମାନେ ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ମାନ୍ୟବର ମନ୍ତ୍ରୀ ମହାଶୟ ପରିବେଶ ଓ ଛାତ୍ରୀ ମାନଙ୍କ ଉତ୍ତରରେ ଖୁସି ହୋଇ ଛାତ୍ରୀ ମାନଙ୍କ କହିଥିବା ଦାବୀରେ ଥିବା ସମସ୍ତ କାର୍ଯ୍ୟଗୁଡ଼ିକ କରିଦେବେ ବୋଲି ମତ ବ୍ୟକ୍ତ କରିଥିଲେ। ମନ୍ତ୍ରୀ,ସାଂସଦ ,ଜିଲ୍ଲା ପରିଷଦ ଅଧକ୍ଷ,ଜିଲ୍ଲା ପରିଷଦ ସଭ୍ୟ ଦ୍ଵୟ୍,ବ୍ଲକ ଅଧକ୍ଷ,ଉପାଧାକ୍ଷ ମାନଙ୍କୁ ସ୍ଥାନୀୟ ବିଜେଡି ବ୍ଲକ ସଭାପତି ସୁରେନ୍ଦ୍ର ମିଶ୍ର, ସାଂସଦ ପ୍ରତିନିଧି ଏମ୍ ଆପ୍ପା ରାଓ,ବିଧାୟକ ପ୍ରତିନିଧି ଏମ୍ ବୁଲୁ ରାଓ,ପୁର୍ବତନ ସରପଞ୍ଚ ତଥା ବର୍ତ୍ତମାନର ଡାବୁଗାଁ ଗ୍ରାମ ପଞ୍ଚାୟତ ସଭାପତି ଜି ପ୍ରକାଶ ରାଓ ପ୍ରମୁଖ ଅନ୍ୟ କର୍ମୀ ବ୍ରୁନ୍ଦ ପରିଦର୍ଶନ ରେ ସହଜୋଗ କରି ଥିଲେ।ପରିବେଶ ଦେଖି ମନ୍ତ୍ରୀ ଆଦର୍ଶ ପ୍ରଧାନ ଶିକ୍ଷକ ସୁକାନ୍ତ କୁମାର ସ୍ଵାଇଁ ଙ୍କୁ ପ୍ରଶଂସା କରିଥିଲେ।ବିଦ୍ୟାଳୟ୍ ପରିବେଷ ଏପରି ରହିବା ଦରକାର ବୋଲି ନିଜସ୍ଵ ମତ ପ୍ରକାଶ କରିଥିଲେ।
ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତି,ଡାବୁଗାଁ ରୁ ପ୍ରଜ୍ଞା ରଞ୍ଜନ୍ ପରିଡାଙ୍କ ରିପୋର୍ଟ ମସିହା ନିୟୁଜ।