ଫୁଲବାଣୀ – ତ୍ରିସ୍ତରୀୟ ପଞ୍ଚାୟତ ନିର୍ଵାଚନ ପାଇଁ ରାଜ୍ୟର ଗ୍ରାମାଞ୍ଚଳରେ ରାଜନୀତି ଉଷ୍ମତା ବୃଦ୍ଧି ପାଉଛି। ବିଜେଡି, ବିଜେପି ,କଂଗ୍ରେସ ,ଆମ ଆଦମୀ ପାର୍ଟି ଦଳୀୟ ସମର୍ଥିତ ଓ ସ୍ୱାଧୀନ ପ୍ରାର୍ଥୀ ପ୍ରାର୍ଥୀନୀ ଜିଲ୍ଲା ପରିଷଦ ,ସମିତିସଭ୍ୟ,ସରପଞ୍ଚ, ୱାର୍ଡ ମେମ୍ବର ଆଦି ପଦବୀ ପୂରଣ ନିମନ୍ତେ ରିଟର୍ଣ୍ଣିଂ ଅଫିସର ନିକଟରେ ପ୍ରାର୍ଥୀ ପତ୍ର ଅର୍ଥାତ ନାମାଙ୍କନ ପତ୍ର ଦାଖଲ କରିସାରିଛନ୍ତି। କନ୍ଧମାଳ ଜିଲ୍ଲା ର ୧୨ ଗୋଟି ବ୍ଳକ ରେ ୧୮ ଗୋଟି ଜିଲ୍ଲା ପରିଷଦ ଜୋନ ରହିଛି। ରାଜ୍ୟ ନିର୍ବାଚନ କମିଶନର ନିର୍ଦେଶ କ୍ରମେ ପ୍ରଥମ ପର୍ଯ୍ୟାୟ ରେ ଏହି ୧୮ ଟି ଜୋନରେ ନାମାଙ୍କନ ପତ୍ର ଦାଖଲ କରିବା ପାଇଁ ତା ୧୭/୧/୨୦୨୨ ଠାରୁ ୨୧/୧/୨୦୨୨ ରିଖ ୩ଦିନ ଧରି ନାମାଙ୍କନ ପତ୍ର ଦାଖଲ ହେଲା। କନ୍ଧମାଳ ଜିଲ୍ଲା ରେ ସମୁଦାୟ ଏହି ୫ ଦିନରେ ୧୮ ଟି ଜୋନ ରେ ୭୬ ଜଣ ପାର୍ଥି ପ୍ରାର୍ଥୀନୀ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ସମିତିସଭ୍ୟ ପଦବୀ ପାଇଁ ୫୯୯,ସରପଞ୍ଚ ପାଇଁ ୭୧୯,ୱାର୍ଡ ମେମ୍ବର ପଦବୀ ପାଇଁ ୨୬୩୧ ସମୁଦାୟ ସମସ୍ତ ପଦବୀ ନିମନ୍ତେ ୪୦୨୫ ଜଣ ନାମାଙ୍କନ ପତ୍ର ଦାଖଲ କରିଥିଲେ। ଖଜୁରିପଡା ର ୨ଟି ଜୋନ । ୩ ନମ୍ବର ଜୋନ ର ଜିଲ୍ଲା ପରିଷଦ ମେମ୍ବର ପଦବୀ ଆଦିବାସୀ ମହିଳା ଙ୍କ ନିମନ୍ତେ ଉଦ୍ଧିଷ୍ଟ ଥିବାରୁ ୩ ନମ୍ବର ଜୋନ ରୁ ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ସ୍ୱପ୍ନା ରାଣୀ ମଲ୍ଲିକ, ବିଜେଡ଼ି ପକ୍ଷରୁ ମମତା ମଲ୍ଲିକ, ବିଜେପି ପକ୍ଷରୁ ନବାତୀ ଯାନୀ, ୪ ନଂ ଜୋନ ରୁ ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ଚନ୍ଦ୍ରା ବେହେରା, ବିଜେଡ଼ି ପକ୍ଷରୁ ଶୁଭଶ୍ରୀ ନାୟକ, ବିଜେପି ପକ୍ଷରୁ ଉର୍ବଶୀ ଦିଗାଲ, କଳିଂଗସେନା ପକ୍ଷରୁ ଅହଲ୍ୟା ସେଠୀ, ଫିରିଙ୍ଗିଆ ୧୨ ନଂ ଜୋନ ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ବିଜେଡ଼ି ପକ୍ଷରୁ ନୀଳଗିରି ଦିଗାଲ, ବିଜେପି ପକ୍ଷରୁ ସଞ୍ଜୟ କୁମାର ଦିଗାଲ, ଆମ ଆଦମୀ ପାର୍ଟି ରୁ ଦିଲ୍ଲୀପ କୁମାର ଦିଗାଲ, ସ୍ୱାଧୀନ ପ୍ରଥି ଭାବେ ପ୍ରତିଭା ବେହେରା, ଫିରିଙ୍ଗିଆ ୧୩ ନଂ ଜୋନ ରୁ ଜାତୀୟ କଂଗ୍ରେସ ପ୍ରାର୍ଥୀ ଭାବେ ପ୍ରଭାତ କୁମାର ବେହେରା, ବିଜେଡି ପକ୍ଷରୁ ରୁ ଜୟଶ୍ରୀ କଁହର,ବିଜେପି ପୁଷ୍ପାଞ୍ଜଳି ଦିଗାଲ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ଫୁଲବାଣୀ ୧୪ ନଂ ଜୋନ ରୁ ଜାତୀୟ କଂଗ୍ରେସ ପକ୍ଷରୁ ଶିବାନୀ କଁହର, ବିଜେଡି ପକ୍ଷରୁ ଚନ୍ଦ୍ରମା ମଲ୍ଲିକ ଓ ବିଜେପି ପକ୍ଷରୁ ମଞ୍ଜୁଲତା କଁହର ଫୁଲବାଣୀ ଉପ ଜିଲ୍ଲାପାଳ ମୋହଦୟ ଶେଷଦେଵ ମିଶ୍ର ଙ୍କ ନିକଟରେ ପାର୍ଥି ପତ୍ର ଦାଖଲ ର ଶେଷ ଦିନରେ ଉକ୍ତ ପ୍ରାର୍ଥୀ ପାର୍ଥିନୀ ନିଜର ସମର୍ଥକ ମାନଙ୍କ ସହ ଯାଇ ସରକାର କୋଭିଡ ନିୟମ କୁ ମାନି ମୁଁହରେ ମାସ୍କ ପିନ୍ଧି ସାମାଜିକ ଦୂରତା ରକ୍ଷା କରି ନାମାଙ୍କନ ପତ୍ର ଦାଖଲ କରିଥିବା ଉପ ଜିଲ୍ଲାପାଳ କାର୍ଯ୍ୟାଳୟ ଠାରୁ ଉପ ଜିଲ୍ଲାପାଳ ଶେଷଦେଵ ମିଶ୍ର ଓ ଜିଲ୍ଲା ଗ୍ରାମପଂଚାୟତ ଅଧିକାରୀ ରତିକାନ୍ତ ଆଚର୍ଯ୍ୟ ଙ୍କ ଠାରୁ ସୂଚନା ମିଳିଛି। ବୈଦ୍ୟ ନାଥ ନାୟକ ଙ୍କ ରିପୋର୍ଟ
previous post
next post