କେସିଙ୍ଗା/ଉତ୍କେଲା,-( ଅର୍ଜୁନ ପୋ ଡ଼ ଙ୍କ ରିପୋର୍ଟ) କାଣ୍ଡେଲ ରେଲଷ୍ଟେଷନ ରୁ ଦୁଇ କିଲୋମିଟର ଦୁର ବୁଢିପଦର ପାଖ ରେଳଧାରଣାରୁ ଜଣେ ଯୁବକ ର ମୃତ ଦେହ ଉଦ୍ଧାର କରାଯାଇଛି। ମୃତ ଯୁବକ ଜଣକ ପକେଟରୁ ମିଳିଥିବା ଆଧାର କାର୍ଡ ରୁ ସେ କେସିଙ୍ଗା ବ୍ଲକ ଗୋକୁଲେଶ୍ବର ଗ୍ରାମର ଅନଙ୍ଗ ମାଝୀ (୩୪) ବୋଲି ଜଣାପଡିଛି।ଯୁବକଙ୍କ ପରିବାର କହିବା ଅନୁଶାରେ ସେ ସୁରଟରେ ଦାଦନ କାମ କରୁଥିଲେ। ତାଙ୍କୁ ଏହି ମାସ ଭିତରେ ବିବାହ ପ୍ରସ୍ତାବ ରହିଥିଲା।ବାହା ହେବା ପାଇଁ ଘରକୁ ଗାନ୍ଧିଧାମ ପୁରି ଟ୍ରେନ ଯୋଗେ ଫେରୁଥିବା ବେଲେ ମାତ୍ର ଦଶ କିଲୋମିଟର ପରେ ଟ୍ରେନରୁ ଓହ୍ଲାଇ ବସ୍ ଯୋଗେ ପୁଣି ଦଶ କିଲୋମିଟର ଉତ୍କେଲା ପରେ ପୁଣି ଦଶ କିଲୋମିଟର ଗାଁ କୁ ପହଞ୍ଚିବା ତାଙ୍କ ଭାଗ୍ୟରେ ନ ଥିଲା। ଟ୍ରେନରୁ ଖସିପଡି ବୁଢିପଦର ପାଖ ରେଳଓ୍ବେ ଲାଇନ କଡରେ ମୃତ୍ୟୁ ହୋଇଥିଲା। ରାତ୍ରିରେ ପେଟ୍ରୋଲିଂ କରୁଥିବା କର୍ମଚାରି କାଣ୍ଡେଲ ଷ୍ଟେଷନ ମାଷ୍ଟର କୁ ଖବର ଦେବାପରେ ଜିଆରପି ପୋଲିସ ପହଞ୍ଚି ଶବ ଟିକୁ ଜବତ କରିଥିବା ଜଣାପଡିଛି।