ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସୂର୍ଯ୍ୟ ନମସ୍କାର ଆସନ୍ତା ଫେବୃୟାରୀ ୧ ରୁ ୭ ପର୍ଯ୍ୟନ୍ତ

ରାଉରକେଲା/  ( କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ   ) ଦେଶରେ ‘ଆଜାଦୀ କା ଅମୃତ ମହୋତ୍ସବ ‘ରେ ୭୫ କୋଟି ସୂର୍ଯ୍ୟ ନମସ୍କାର ପାଳନ କରାଯାଉଛି ।ଏହି ପରିପ୍ରେକ୍ଷୀରେ ” ସୂର୍ଯ୍ୟ ନମସ୍କାର ଆୟୋଜନ ସମିତି ” ଓଡିଶା ପଶ୍ଚିମ ପ୍ରାନ୍ତରୁ ତରଫରୁ ଆସନ୍ତା ଫେବୃୟାରୀ ୧ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏ ନେଇ ପାନ୍ଥନିବାସ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂର୍ଯ୍ୟ ନମସ୍କାର ଆୟୋଜନ ସମିତିର ପଶ୍ଚିମ ଓଡିଶା ପ୍ରାନ୍ତ ସଂଯୋଜକ ହରେକୃଷ୍ଣ ମାଝୀ ସାମ୍ବାଦିକଙ୍କୁ ସୂଚନା ଦେଇଛନ୍ତି। ଶ୍ରୀ ମାଝୀ କହିଲେ ଯେ ଚଳିତ ବର୍ଷ ଆଜାଦୀ କା ଅମୃତ ମହୋତ୍ସବ ବା ସ୍ବତନ୍ତ୍ରତାର ୭୫ ବର୍ଷ ପାଳନ ଉପଲକ୍ଷେ ସମଗ୍ର ଭାରତବର୍ଷରେ ସୁସ୍ଥ ସମାଜ ଗଠନ ପାଇଁ ୭୫ କୋଟି ସୂର୍ଯ୍ୟ ନମସ୍କାର କରିବାର ସଂକଳ୍ପ ନିଆଯାଇଛି। ଓଡିଶା ପଶ୍ଚିମ ପ୍ରାନ୍ତର ୧୫ଟି ଜିଲ୍ଲା ଓ ୨ଟି ମହାନଗରରେ ଏହି କାର୍ଯ୍ୟକ୍ରମକୁ ବ୍ୟାପକ ଆକାରରେ ପ୍ରତି ବ୍ୟକ୍ତିଙ୍କ ନିକଟରେ ପହଞ୍ଚାଇବା ସହ ସଫଳ କରିବାପାଇଁ ଶ୍ରୀ ମାଝୀଙ୍କ ସଂଯୋଜନାରେ ଏକ ପ୍ରାନ୍ତସ୍ତରୀୟ ସୂର୍ଯ୍ୟ ନମସ୍କାର ଆୟୋଜନ ସମିତି ଗଠନ କରାଯାଇଛି। ଏଥିରେ ବିଭିନ୍ନ ସଂଗଠନ ଯଥା ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ,ରାଷ୍ଟ୍ର ସେବିକା ସମିତି, କ୍ରୀଡା ଭାରତୀ, ପତଞ୍ଜଳି ଯୋଗ ସମିତି,ବିଦ୍ୟା ଭାରତୀ,ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ଆରୋଗ୍ଯ ଭାରତୀ,ବଜରଙ୍ଗ ଦଳ,ଭାରତୀୟ ମଜଦୁର ସଂଘ ଓ ହିନ୍ଦୁ ଜାଗରଣ ମଞ୍ଚ ତରଫରୁ ୧୫ଜଣ କାର୍ଯ୍ୟକର୍ତ୍ତାଙ୍କୁ ନେଇ ସମିତି ଗଠିତ ହୋଇଛି। ପ୍ରତ୍ୟେକ ଜିଲ୍ଲା ସ୍ତରରେ ମଧ୍ୟ ଏହିପରି ଭାବରେ ଜିଲ୍ଲା ସୂର୍ଯ୍ୟ ନମସ୍କାର ସମିତି ଗଠନ କରାଯାଇଛି। ଓଡିଶା ପଶ୍ଚିମ ପ୍ରାନ୍ତରେ ଏହି ସୂର୍ଯ୍ୟ ନମସ୍କାର ଅଭିଯାନ ଫେବୃଆରୀ ୧ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ୧କୋଟି ୬୬ଲକ୍ଷ ପର୍ଯ୍ୟନ୍ତ ସୂର୍ଯ୍ୟ ନମସ୍କାର କରିବା ପାଇଁ ପ୍ରାନ୍ତ ତରଫରୁ ଲକ୍ଷ୍ୟ ରଖାଯାଇଛି। କେନ୍ଦ୍ରୀୟ ସୂର୍ଯ୍ୟ ନମସ୍କାର ଆୟୋଜନ ସମିତି ତରଫରୁ ଏକ ଅନଲାଇନ ମାଧ୍ୟମରେ ଆଗ୍ରହୀ ବ୍ୟକ୍ତିଙ୍କ ପାଇଁ www.75suryanamaskar.com ରେ ପଞ୍ଜିକୃତ କରି ପାରିବେ ବୋଲି ଶ୍ରୀ ମାଝୀ ସୂଚନା ଦେଇଛନ୍ତି। ସାରା ପ୍ରାନ୍ତପାଇଁ ନ୍ୟୁନତମ୧୦ ହଜାରରୁ ଉର୍ଦ୍ଧ୍ବବ୍ୟକ୍ତି କିପରି ପଞ୍ଜିକୃତ କରିବେ, ସେଥିପାଇଁ ସମିତି ତରଫରୁ ଯୋଜନା କରାଯାଇଛି। ସେହିପରି କରୋନା ମହାମାରୀର ତୃତୀୟ ଲହରରେ ସରକାରଙ୍କ ସମସ୍ତ ଗାଇଡ୍ ଲାଇନ ପାଳନ କରିବା ସହ ବଡ ବଡ ସାମୁହିକ କାର୍ଯ୍ୟକ୍ରମ ନକରି ଛୋଟ ଆକାରରେ୨୫-୩୦ ଜଣ ବ୍ୟକ୍ତିଙ୍କୁନେଇ ସାରା ସମାଜ ସହଭାଗୀ ପାଇଁ ଆହ୍ୱାନ ଦିଆଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପ୍ରାନ୍ତ ସଂପର୍କ ପ୍ରମୁଖ ଡଃ ସନାତନ ପ୍ରଧାନ, ପ୍ରାନ୍ତ ସଦସ୍ୟ ସମୀର ରାଉତ ମଞ୍ଚାସୀନ ଥିବା ବେଳେ ସହପ୍ରାନ୍ତ ପ୍ରଚାରକ ଶଙ୍କର ପଣ୍ଡା, ମହାନଗର ପ୍ରଚାର ପ୍ରମୁଖ ରାଜକୁମାର ନାଥ,ସାମାଜିକ କର୍ମୀ ସମାଜପତୀ ରାୟ ପ୍ରମୁଖ ଉପସ୍ଥିତ ଥିଲେ।

Related posts

ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳନ ପ୍ରସ୍ତୁତି ବୈଠକ

Sunil Chandra Nayak

ପାନୀୟ ଜଳ ଯୋଗାଣ ପାଇଁ ବିଡ଼ିଓଙ୍କ ଦ୍ୱାରସ୍ଥ ହେଲେ ମହିଳା

Sunil Chandra Nayak

ସି ବି ଏ ସି ଦଶମ ଶ୍ରେଣୀ ପରୀକ୍ଷାରେ ଢେଙ୍କାନାଳ ଜିଲ୍ଲାପାଇଁ ଗର୍ବ ଏବଂ ଗୌରବ ଏସ ପି ପୁଲକିତ ବାରିକ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort