ଗୋଲାମୁଣ୍ଡା – କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ଖାଲିଆପାଲି ପଞ୍ଚାୟତର ସୁରଭି ଉଚ୍ଚପ୍ରାଥମିକ ବିଦ୍ୟାଳୟ ବିପଦ ସଂକୁଳ ଅବସ୍ଥାରେ ଗତି କରୁଛି। ବିଦ୍ୟାଳୟର ଛାତ କେଉଁ ମହୁର୍ତରେ ଭୁଶୁଡିବ କେହି ବି କହି ପାରିବେ ନାହିଁ।ଛାତର ସିମେଣ୍ଟ ଝଡ଼ିବା ସଙ୍ଗେ ଲୁହାରଡ଼ ଗୁଡିକ କଳଙ୍କିଖାଇ ଦୁର୍ବଳ ହେଇଗଲାଣି ଏପରିସ୍ଥଳେ ଛାତ୍ରଛାତ୍ରୀ ଅଧ୍ୟୟନ କରିବା ସେମାନଙ୍କ ପ୍ରତି ବିପଦ ସଂକୁଳ ବୋଲି ମନେହେଉଛି।ଏହି କୋଠରୀର ଛାତଦେଖି ଛାତ୍ରଛାତ୍ରୀମାନେ ଅଧ୍ୟୟନ କରିବା ଆଗାମୀ ଦିନରେ ଏକ ବଡ଼ଧରଣର ବିପଦକୁ ଏଡାଇ ଦିଆଯାଇ ନ ପାରେ ବୋଲି ଚର୍ଚ୍ଚା ହେଉଛି।ସରକାର ଛାତ୍ରଛାତ୍ରୀଙ୍କ ଜୀବନ ପ୍ରତି ଖେଳ ଖେଳୁଛିନ୍ତି ବୋଲି ମଧ୍ୟ ଅନେକପ୍ରଶ୍ନ ଉଠୁଛି।ବର୍ତ୍ତମାନ ଓମିକ୍ରନ ଯୋଗୁଁ ସ୍କୁଲଗୁଡିକ ବନ୍ଦଅଛି।ସ୍କୁଲ ଖୋଲିବା ପୂର୍ବରୁ ନୂତନ କୋଠରୀ ନିର୍ମାଣ ପାଇଁ ବିଦ୍ୟାଳୟର ପରିଚାଳନା କମିଟିରେ ଥିବା ବିନୋଦ ଚଲାନ,ଧର୍ମୁ ସୁନା,ଗଜାନନ ଚଲାନ,ରାଧିକା ବାଗ,ସୁଶିଳା ଚଲାନ,ଡୁଲମଣି ଭୋଇ,ମଦ ଗୁଆ, ସରୋଜିନୀ ସୁନାନୀ,ପ୍ରମିଳା ବାରିକ,ଶିଳ ମାଝୀ, ସାବେତ୍ରୀ ଚଲାନ,ଗୌତମ ଚଲାନ,ଯଦୁବଲ ସାହୁ,କୁଳି ବାଗ,ଯଶୋଦା ବାଗ,ଓ ରାଜେଶ୍ୱରୀ ଗୌଡ଼ ପ୍ରମୁଖ ସଭ୍ୟ ସଭ୍ୟା ଦାବି କରିଛନ୍ତି ।
ରାମକୁମାର ସେନାପତି ଙ୍କ ରିପୋର୍ଟ