ବିଜେଡି ରୁ ପୁଷ୍ପେନ୍ଦ୍ର, ବିଜେପି ରୁ ଶ୍ରୀକାନ୍ତ ହୋତା, କଂଗ୍ରେସ ରୁ ଦୁଷ୍ମନ୍ତ ରଣା ପ୍ରାର୍ଥୀ
ମ. ରାମପୁର, ବର୍ତମାନ ତ୍ରିସ୍ତରୀୟ ପଂଚାୟତ କୁ ନେଇ ମ. ରାମପୁର ଅଞ୍ଚଳ ରେ ରାଜନୀତି ସରଗରମ ହୋଇଛି. ଏହି ବ୍ଲକ ରେ ଦୁଇ ଗୋଟି ଜ଼ିଲ୍ଲା ପରିଷଦ ଜୋନ ଥିଲାବେଳେ ଜୋନ ‘କ’ରେ ବିଜେଡି ରୁ ପୁଷ୍ପେନ୍ଦ୍ର ସିଂ ଦେଓ ପାର୍ଥୀ ହୋଇଥିଲା ବେଳେ ବିଜେପି ରୁ ଶ୍ରୀକାନ୍ତ ହୋତା ଓ କଂଗ୍ରେସ ରୁ ଦୁଷ୍ମନ୍ତ ରଣା ପ୍ରାର୍ଥୀ ଭାବେ ଛିଡା ହୋଇଛନ୍ତି. ଏହି ନିର୍ବାଚନ ରଣାଙ୍ଗନ ରେ ଦ୍ୱିମୁଖୀ ପ୍ରତିଦ୍ବନ୍ଦୀତା ମୁଖ୍ୟତଃ ହେଉଛି. ଏହି ନିର୍ବାଚନ ରେ ବିଜେଡି ଓ କଂଗ୍ରେସ ମଧ୍ୟ୍ୟରେ ମୁଖ୍ୟତଃ ଲଢେ଼ଇ ହେବ. ଜିଲାପରିଷଦ ଜୋନ’ କ’ ରେ 9ଗୋଟି ପଂଚାୟତ ରହିଛି.ପଂଚାୟତ ଗୁଡିକ ହେଲା ମ. ରାମପୁର, ମୁଡିଙ୍ଗ, ବମକ, ନୁନପୁର, ବାରବନ୍ଧା, ଡୁଡୁକାରଞ୍ଜl, ସାଲେପାଲି, ପଣ୍ଡକାମାଲ, ସାଇଦଲଙ୍ଗା. ଆଉ ବାକି ଦଶ ଗୋଟି ପଂଚାୟତ ଜୋନ ‘ ଖ ‘ ଅଧୀନ ରେ ରହୁଛି. ଏହି ଜିଲ୍ଲା ପରିଷଦ ଜୋନ’ କ ‘ ରେ ବିଜେଡି ର ପ୍ରାର୍ଥ୍ରୀ ପୁଷ୍ପେନ୍ଦ୍ର ସିଂ ଦେଓ ଙ୍କ ର ରାଜନୀତି ରେ ବେଶ ଅଭିଂଜ୍ଞତା ରହିଛି. ଏବଂ ଶ୍ରୀକାନ୍ତ ହୋତା ବେଜିପି ରୁ ପ୍ରାର୍ଥୀ ହୋଇଥିବା ବେଳେ ଆଗରୁ ସେ ଜିଲ୍ଲା ପରିଷଦ ପ୍ରାର୍ଥୀ ହୋଇଥିଲେ. ମୁଖ୍ୟ ତଃ ବେଜିଡ଼ି ଓ ବିଜେପି ମଧ୍ୟ୍ୟ ରେ ଦ୍ୱି ମୁଖୀ ପ୍ରତିଦ୍ବନ୍ଦୀତା ହେବାକୁ ନେଇ ଚର୍ଚ୍ଚା ହେଉଛି.. ଧିରେନ ପଟ୍ଟ ନାୟକ ଙ୍କ ରିପୋର୍ଟ