ନୂଆପଡା : ନୂଆପଡା ଜିଲ୍ଲା ଆଦିବାସୀ କଲ୍ୟାଣ ସଙ୍ଘ ପକ୍ଷରୁ ପୂର୍ବତ୍ତନ ସଭାପତିଙ୍କୁ ବହିଷ୍କାର , ଏବଂ କାର୍ଯ୍ୟକାରୀ ସଭାପତି ରୂପେ ଖାମ ସିଂ ମାଝୀ ମନୋନୀତ ହୋଇଥିବା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସଂଘ ପକ୍ଷରୁ ପ୍ରକାଶ। ନୂଆପଡା ସ୍ଥିତ ଆଦିବାସୀ ଭବନ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ରେ ସଂଘ ବିରୋଧୀ କାର୍ଯ୍ୟକଳାପ ନେଇ ଆଦିବାସୀ ଙ୍କ ନିଷ୍ପତି ବିରୁଦ୍ଧ କରିଥିଲେ। ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ଆଦିବାସୀ ମାନେ ଅଂଶ ଗ୍ରହଣ ନ କରିବା ନିଷ୍ପତି ନେଇଥିଲେ। ନୂଆପଡା ବ୍ଲକ ୦୮ ନଂମ୍ବର ଜିଲ୍ଲା ପରିଷଦ ଯୋନ ରେ ସଂଘ ସଭାପତି ଭାନୁ ପ୍ରତାପ ସିଂ ମାଝୀ ନିଜ ନାମାଙ୍କନ ପତ୍ର ବିଜେଡି ଦଳୀୟ ପ୍ରାର୍ଥୀ ରୂପେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ତେଣୁ ସଂଘ ପକ୍ଷରୁ ଭାନୁ ପ୍ରତାପ ସିଂ ମାଝୀ ଙ୍କୁ ବହିଷ୍କାର କରିଥିବା ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି। ଏହି ସମ୍ମିଳନୀରେ ସଙ୍ଘ ସମ୍ପାଦକ ବାଳକୃଷ୍ଣ ଶବର, ନୂଆପଡା ସଭାପତି ଭକ୍ତବନ୍ଧୁ ଧରୁଆ ,ଖଡ଼ିଆଳ ସଭାପତି କାର୍ତିକ ମଲ୍ଲିକ ,ଦିନେଶ ଶବର ,ଜୟରାମ ଶବର, କମଲେଶ ଠାକୁର ,ତେଜରାଜ ଶବର ,ଦୁର୍ଜନ ଶବର , ଗୋବର୍ଦ୍ଧନ ମାଝୀ ,ନରେଶ ନାୟକ ବହୁ ଆଦିବାସୀ ନେତା ଯୋଗ ଦେଇଥିଲେ। ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ
previous post
next post