କର୍ଲାମୁଣ୍ଡା: କର୍ଲାମୁଣ୍ଡା ବ୍ଲକ୍ ଅନ୍ତର୍ଗତ ତେରେସିଂହା ଗ୍ରାମର କଲୋନୀ ପଡ଼ା ପଡ଼ିଆରେ ଚାଲିଥିବା ସ୍ତମ୍ଭେଶ୍ୱରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ରବିବାର ଅନୁଷ୍ଠିତ ହୋଇଥିଲା l ଗଜବହାଲ ଦଳକୁ ୬ ୱିକେଟ୍ ରେ ହରାଇ ତେରେସିଂହା ଦଳ ଚାମ୍ପିଆନ ହୋଇଛି l ଫାଇନାଲ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ତେରେସିଂହା ଗ୍ରାମ୍ୟ ଉନ୍ନୟନ ସମିତି ସଭାପତି ଶ୍ରୀମାନ୍ ନିର୍ମଳ ରଣା, ସମ୍ମାନିତ ଅତିଥି ଭାବେ ପୂର୍ବତନ କ୍ରିକେଟ କ୍ଲବ୍ ସଭାପତି ରାଜିବ ରଣା ପ୍ରମୁଖ ଯୋଗ ଦେଇଥିଲେ l ମ୍ୟାଚ୍ ଅମ୍ପିୟାର ଭାବରେ ରାମଚନ୍ଦ୍ର ମାଝୀ ଓ ଅମର ପଧାନ ଖେଳ ପରିଚାଳନା କରିଥିଲେ l କ୍ରିକେଟ କ୍ଲବ୍ ସଭାପତି ବନ ରଣା, ସମ୍ପାଦକ ରୋଶନ୍ ନାଗ, ଦିଗସେନ୍, ଉମେଶ, ଆକାଶ, ଉଦିତ୍, ନିଖିଳ, ରାଜ୍ ପ୍ରମୁଖ ବିଭିନ୍ନ କାର୍ଯ୍ୟରେ ସହଯୋଗ କରିଥିଲେ l (କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା)
previous post