ଭବାନୀପାଟଣା: ମ.ନୀ.ସ:- ମଧ୍ୟରେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ବ୍ଳକରେ କରୋନା ପୋଜିଟିବ୍ ଆଜି ସଂନ୍ଧ୍ୟା ୫ ଘଣ୍ଟା ମଧ୍ୟରେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ବ୍ଳକରେ ୧୮୧ ଜଣ କରୋନା ପୋଜିଟିବ୍ ଚିହ୍ନଟ ହୋଇଥିବା ଜଣାପଡିଛି। ସେହିପରି ଗତ କାଲି ସଂନ୍ଧ୍ୟାରେ ପୁଣି ୧୦ ଜଣଙ୍କର ପୋଜିଟିବ୍ ରିପୋର୍ଟ ମିଳିଥିଲା। ଏହା ସହିତ ଜିଲ୍ଲାରେ ୨୬୯୪୨ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଛି। ଜିଲ୍ଲାରେ ବିଭିନ୍ନ ସ୍ଥାନରୁ ବର୍ତ୍ତମାନ କରୋନା ପୋଜିଟିବ୍ ୧୪୧୧ ଜଣ ପୋଜିଟିବ୍ ରୋଗୀ ଚିହ୍ନଟ ହୋଇଥିଲେ। ଆଜି ସେଥିମଧ୍ୟରୁ ୧୭୯ ଜଣ କରୋନା ରୋଗୀ ସୁସ୍ଥ ହୋଇ ନିଜ ନିଜ ଘରକୁ ଫେରିଥିବା ସୂଚନାରୁ ଜଣାପଡିଛି।