….ରାଉରକେଲା/ ସାମାଜିକ ଅନୁଷ୍ଠାନ ଦୀନକୃଷ୍ଣ ୱେଲଫେୟାର ଟ୍ରଷ୍ଟ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଟ୍ରଷ୍ଟର ସଭାପତି ଆରତୀ ସାହୁଙ୍କ ସଭାପତିତ୍ବ ଓ ବରିଷ୍ଠ ସଦସ୍ୟ ଡଃ ବିନୋଦ କୁମାର ସାହୁଙ୍କ ଆବାହକତ୍ବରେ ଆୟୋଜିତ ଏହି ଶିବିରରେ ମୁଖ୍ୟ ଉପଦେଷ୍ଟା ଡାକ୍ତର ମଧୁସୂଦନ ସାହୁ, ଡାକ୍ତର ଜି.ଏସ୍.ପାତ୍ର, ସାମ୍ବାଦିକ ମନୋଜ ସାମଲ ଓ ଶିକ୍ଷାବିତ୍ ବିପଦ ଭଞ୍ଜନ ପଣ୍ଡା ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ନେତାଜୀଙ୍କ ଜୟନ୍ତୀ ପାଳନ ଅବସରରେ ଅନୁଷ୍ଠାନର ପ୍ରଥମ ରକ୍ତଦାନ ଶିବିର ଝିରପାଣି ସ୍ଥିତ ପୂର୍ଣ୍ଣିମା ନର୍ସିଂ ହୋମଠାରେ ଆୟୋଜିତ ହୋଇଥିଲା। ଅତିଥି ଡାକ୍ତର ସାହୁ ରକ୍ତଦାନ କିଏ ଦେଇପାରିବେ ଓ କିଏ ଦେଇପାରିବେ ନାହିଁ ଓ ରକ୍ତଦାନର ଆବଶ୍ୟକତା ସଂପର୍କରେ ଆଲୋଚନା କରିଥିଲେ । ଅନ୍ୟତମ ଅତିଥି ଡାକ୍ତର ପାତ୍ର, ଶ୍ରୀ ସାମଲ ଓ ଶ୍ରୀ ପଣ୍ଡା କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଏଭଳି କାର୍ଯ୍ୟକ୍ରମ ଅନ୍ୟ ମାନଙ୍କ ପାଇଁ ଉତ୍ସାହିତ କରିବବୋଲି ମତ ରଖିଥିଲେ। ଆବାହକ ଡଃ ସାହୁଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ସଭାପତିତ୍ବ ଅଭିଭାଷଣ ରଖି ସଭାପତି ଶ୍ରୀମତୀ ସାହୁ ଅନୁଷ୍ଠାନ ଓ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ କରିଥିଲେ।ଏହି ଅବସରରେ ୨୫ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ ଡଃ ସୁମନ ଦତ୍ତ, ଡା.ଆର.ଏନ୍.ବେହେରା, ସନ୍ତୋଷ କୁମାର ସାହୁ, ଅର୍ପିତା ସାହୁ, ଆକୃତି ସାହୁ, ଅଶୋକ କକ୍କଡ, ଭାରତୀ ବେହେରା, ଶୁଭଶ୍ରୀ ନାଥ,ଭାଗ୍ୟଲକ୍ଷ୍ମୀ ପାତ୍ର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ଶେଷରେ ଡାକ୍ତର ଆର.ଏନ୍.ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ।