ନୂଆପଡା: ଆଜାଦି ର 75 ବର୍ଷ ପୂର୍ତ୍ତି ଅବସରରେ ଆମ୍ଭ ଯୋଗେଶ୍ବର ବୁଢାଦେଓ ବନବାସୀ ସେବା ପ୍ରକଳ୍ପ, ପତୋରା ବିଦ୍ୟାଳୟ ପରିସରରେ ଭାରତ ମାତା ଙ୍କ ପୂଜନୋତ୍ସବ ଗତ ୨୧/୦୧/୨୦୨୨ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମାନନୀୟ ରମାକାନ୍ତ ମହାନ୍ତି ( ସଂଗଠନ ମନ୍ତ୍ରୀ, ଶିକ୍ଷା ବିକାଶ ସମିତି,ଓଡିଶା ), ମାନନୀୟ ଜିତେନ୍ଦ୍ର କୁମାର ପଣ୍ଡା ( ସଂଯୋଜକ, ଦକ୍ଷିଣ ପଶ୍ଚିମ ସମ୍ଭାଗ, ଶିକ୍ଷା ବିକାଶ ସମିତି,ଓଡିଶା ), ମାନନୀୟ ବିଶ୍ବମ୍ବର ରାଉତରାୟ ( ସଂକୁଳ ପ୍ରମୁଖ, ନୂଆପଡ଼ା) ଯୋଗଦାନ କରିଥିଲେ । ନୂଆପଡ଼ା ସଙ୍କୁଳ ର ୧୩ ଗୋଟି ବିଦ୍ୟାଳୟ ର ସମସ୍ତ ପ୍ରଧାନ ଆଚାର୍ଯ୍ୟ ଓ ସମ୍ପାଦକ ଉପସ୍ଥିତି ରେ ମାନନୀୟ ରାଉତରାୟ ମହୋଦୟ ଙ୍କ କରକମଳରେ ମା ଭାରତୀଙ୍କ ପୂଜା ଅର୍ଚ୍ଚନା କରାଯାଇଥିଲା । ସ୍ଥାନୀୟ ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟ ମନୋଜ ମୋହନ ମଲ୍ଲୀକ ଭାରତମାତା ଆରତୀ ଗାନ କରିଥିଲେ । ଏହାପରେ ସଂଗଠନ ମନ୍ତ୍ରୀ ବୈଠକ ନେଇ ତାଙ୍କର ଆଶୀର୍ବଚନ ଦ୍ବାରା ମାର୍ଗଦର୍ଶନ ପ୍ରଦାନ କରିଥିଲେ । ବୈଠକ କୁ ସଂକୁଳ ପ୍ରମୁଖ ପରିଚାଳନା କରିଥିଲେ । ଖରିଆର ରୋଡ଼, ନୂଆପଡ଼ା, ବେଲଟୁକୁରୀ, ଭାଲେଶ୍ବର, ସାରାବଙ୍ଗ, କୁରୁମପୁରୀ, ତରବୋଡ,ଧରମବନ୍ଧା ମିଛାପାଲି, କୁରେଶ୍ବର,ବୁଦ୍ଧିକୋମନା, କୋମନା ଶିଶୁ ମନ୍ଦିର ର ପ୍ରଧାନ ଆଚାର୍ଯ୍ୟ ଓ ସମ୍ପାଦକ ଉପସ୍ଥିତ ଥିଲେ । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ
previous post