ଉତ୍କେଲା,୨୪/୦୧,ନିପ୍ର,କେସିଙ୍ଗା ବ୍ଲକ ଉତ୍କେଲା ଗ୍ରାମ ପଞ୍ଚାୟତ ନିର୍ବାଚନ ରେ ପଞ୍ଚାୟତ ସମିତି ସଭ୍ୟ ପଦବି ଅନୁସୁଚିତ ଜନଜାତି,ସରପଞ୍ଚ ପଦବି ପାଇଁ ଅଣ ସଂରକ୍ଷିତ, ୧ ନଂ ଓ୍ବାଡ ମେମ୍ବର ସଭ୍ୟା ଅଣ ସଂରକ୍ଷିତ ମହିଲା,୨ନଂ ଓ୍ବାଡ ପାଇଁ ଅଣ ସଂରକ୍ଷିତ, ୦୩ ନଂ ଓ୍ବାଡ ପାଇଁ ଅଣ ସଂରକ୍ଷିତ ମହିଳା, ୦୪ନଂ ଓ୍ବାଡ ମେମ୍ବର ସଭ୍ୟ ଅଣ ସଂରକ୍ଷିତ, ୦୫ ନଂ ଓ୍ବାଡ ମେମ୍ବର ସଭ୍ୟା ଅଣ ସଂରକ୍ଷିତ ମହିଲା, ୦୬ ନଂ ଓ୍ବାଡ ପାଇଁ ଅନୁସୁଚିତ ଜନଜାତି ମହିଳା,୦୭ ନଂ ଓ୍ବାଡ ପାଇଁ ଅନୁସୁଚିତ ଜାତି,୦୮ ନଂ ଓ୍ବାଡ ମେମ୍ବର ସଭ୍ୟ ଅନୁସୁଚିତ ଜନଜାତି, ୦୯ ନଂ ଓ୍ବାଡ ସଭ୍ୟ ପାଇଁ ଅଣ ସଂରକ୍ଷିତ,୧୦ ନଂ ଓ୍ବାଡ ସଭ୍ୟା ପାଇଁ ଅନୁସୁଚିତ ଜନଜାତି ମହିଲା,୧୧ ନଂ ଓ୍ବାଡ ସଭ୍ୟ ଅଣ ସଂରକ୍ଷିତ,୧୨ ନଂ ଓ୍ବାଡ ସଭ୍ୟା ପାଇଁ ଅନୁସୁଚିତ ଜାତି ମହିଲା,୧୩ ନଂ ଓ୍ବାଡ ସଭ୍ୟା ପାଇଁ ଅନୁସୁଚିତ ଜାତି ମହିଲା ରହିଛି। ହେଲେ ପ୍ରଶାସନିକ ତୃଟିପୁର୍ଣ ନିଷ୍ପତି ଯୋଗୁଁ ୧୦ ନଂ ଓ୍ବାର୍ଡ ର ଅନୁସୁଚିତ ଜନଜାତି ମହିଲାଙ୍କ ପାଇଁ ସଂରକ୍ଷିତ ଥିବାବେଲେ ସେହି ଓ୍ବାଡରେ ଜଣେ ହେଲେବି ଆଦିବାସୀ ପରିବାର ନାହାନ୍ତି। ଉକ୍ତ ଓ୍ବାର୍ଡ ରେ ୭୦ ଟି ପରିବାର ରହୁଥିବା ବେଲେ ସେଥି ମଧ୍ୟରୁ ଗଉଡ ବର୍ଗର ୨୧୦ ଜଣ ଭୋଟର ଅଛନ୍ତି। ଜଣେ ହେଲେବି ଅନୁସୁଚିତ ଜନଜାତି ଭୋଟର ନଥିବାରୁ ସେହି ଓ୍ବାର୍ଡ ରୁ ପାର୍ଥିପତ୍ର ଦାଖଲ ହୋଇନାହିଁ। ଏଣୁ ଓ୍ବାର୍ଡ ର ଲୋକେ ସାମ୍ବିଧାନିକ ବ୍ୟବସ୍ଥାରୁ ବଞ୍ଚିତ ହୋଇଥିବା ଅଭିଯୋଗ ଆସିଛି।୨୫ ତାରିଖ ପାର୍ଥିପତ୍ର କିଏ ପ୍ରତ୍ୟାହାର କରୁଛି ନା ନାହିଁ କିଏ କେଉଁ ପଦବିରେ ସାମନା ସାମନି ନିର୍ବାଚନ ଲଢୁଛନ୍ତି ଜଣାପଡିବ।
previous post