ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସୀମାନ୍ତର ପ୍ରହରୀ ଥିଲେ ସାହିତ୍ୟିକ ଭାଗୀରଥି : ଭାଗୀରଥି ପାତ୍ରଙ୍କ ୮୪ତମ ଜୟନ୍ତୀ

ଅଶୋକ ପଟ୍ଟନାୟକ ପାଇଲେ ଭାଗୀରଥି ସମ୍ମାନ

ନବରଙ୍ଗପୁର ——(ମସିହା)-ଓଡିଶା ସାହିତ୍ୟ ଏକାଡେମୀ ଆନୁକୂଲ୍ୟରେ ଓ ଭାଗୀରଥି ସ୍ମୃତି ସଂସଦ ସହଯୋଗରେ ସ୍ଥାନୀୟ ରାଜା ଚୈତନ୍ୟ ଦେବ ନୋଡାଲ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ସାହିତ୍ୟିକ ଭାଗୀରଥି ପାତ୍ରଙ୍କ ୮୪ ତମ ଜୟନ୍ତୀ ସମାରୋହ-ସ୍ମୃତି ସଭା ଓ ପ୍ରତିଭା ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁରର ଜିଲ୍ଲା ଓ ଦୌରା ଜଜ ଶ୍ରୀ ସଂଜୀବ ଦୁବେ ଯୋଗ ଦେଇ “ପାତ୍ରଙ୍କ ହାତ ଲେଖା ମାସିକ ପତ୍ରିକା “ଶୈଶବ”, ତାଙ୍କ ସାହିତ୍ୟ ସଂଗଠନ ଓ କୃତି ଷାଠିଏ ଦଶକରେ ଓଡିଶାର ସାହିତ୍ୟ କ୍ଷେତ୍ରକୁ ଆଗେଇନେଇଥିଲା ଯାହାକି ଆଜି ପର୍ଯ୍ୟନ୍ତ ଉଜ୍ଜୀବିତ ରହିଛି ବୋଲି କହିଥିଲେ । ସ୍ଵର୍ଗତ ପାତ୍ରଙ୍କ ଜୀବନୀ ଓ ରଚନା ବିଦ୍ୟାଳୟର ପାଠ୍ୟକ୍ରମ ରେ ସ୍ଥାନିତ ହେବା ଉଚିତ ବୋଲି ନିଜ ମତବ୍ୟକ୍ତ କରିଥିଲେ । ମୁଖ୍ୟ ବକ୍ତା ଭାବେ ନବରଙ୍ଗପୁର ପରିବାର ଅଦାଲତ ର ବିଚାରପତି ଡଃ ମୁନ ରାଣୀ ମିଶ୍ର ଯୋଗଦେଇ ଭାଗୀରଥିଙ୍କ ସାମଗ୍ରିକ କୃତି ସମ୍ବନ୍ଧରେ ଆଲୋଚନା କରିଥିଲେ । ଏକାଡେମୀ ସଦସ୍ୟ ବଲ୍ଲଭ କୁମାର ରାଉତ ଅଧକ୍ଷତା କରି ଭାଗୀରଥି ସାହିତ୍ୟର ଆଲୋଚନା କରିଥିଲେ । ସାହିତ୍ୟ ଏକାଡେମୀ କାର୍ଯ୍ୟକାରିଣୀ ସଦସ୍ୟ ତଥା ନବରଙ୍ଗପୁର ର ଉପ-ଆରକ୍ଷୀ ଅଧିକ୍ଷକ ଚନ୍ଦ୍ର ଶେଖର ହୋତା ଓ ଅବସର ପ୍ରାପ୍ତ ପ୍ରାଧ୍ୟାପକ ଡଃ ବିଜୟ କୁମାର ମିଶ୍ର ସମ୍ମାନିତ ବକ୍ତା ଭାବେ ଯୋଗଦେଇ ଉପାନ୍ତ ଅବିଭକ୍ତ କୋରାପୁଟ ଅଞ୍ଚଳର ସୀମାନ୍ତର ପ୍ରହରୀ ଭାଗୀରଥି ପାତ୍ର ଥିଲେ ବୋଲି କହିବା ସହ ତାଙ୍କ ସାହିତ୍ୟ ର ରୋମାଣ୍ଟିକ ଦିଗ, ଭକ୍ତି ଚେତନା, ଆଦିବାସୀ ଜନ ଜୀବନର ଚିତ୍ର, ଲୌକିକ ଲୋକ ସଙ୍ଗୀତ ପରମ୍ପରା ବିଷୟରେ ଆଲୋକପାତ କରିଥିଲେ । ନବରଙ୍ଗପୁରର ବରିଷ୍ଠ ଦେୱାନୀ ବିଚାରପତି ଅନ୍ନପୂର୍ଣ୍ଣା ନାୟକ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଭାଗୀରଥିଙ୍କ ସାହିତ୍ୟରେ ପତିତ ଭାଷାର ବ୍ୟବହାର ସମ୍ବଧରେ ଆଲୋକପାତ କରିଥିଲେ ଓ ସେ’ ଆମ ସମାଜରେ ଥିବା ଗରିବ, ଅସହାୟ, ନିଷ୍ପେଷିତ ଲୋକଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୋଧରେ ଲେଖନୀ ଚାଳନା କରିଥିଲେ ବୋଲି କହିଥିଲେ । ସମାଜ ସେବୀ ଜଗନ୍ନାଥ ମହାପାତ୍ର, ନାରାୟଣ ପାତ୍ର ଓ କବି ବିଜୟ ଚୌଧୁରୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ । ନବରଙ୍ଗପୁର ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ରଙ୍କ ଶୁଭେଚ୍ଛା ବାର୍ତ୍ତା କୁ ଗୋପାଳ କୃଷ୍ଣ ପାଣିଗ୍ରାହୀ ପାଠ କରିଥିଲେ । ଚଳିତ ବର୍ଷର ଭାଗୀରଥି ସମ୍ମାନ କବି, ଗାଳ୍ପିକ ତଥା ନାଟ୍ୟକାର ଅଶୋକ କୁମାର ପଟ୍ଟନାୟକଙ୍କୁ ପ୍ରଦାନ କରାଯାଇଥିଲା । ଆଇନଜୀବୀ କିଶୋରୀ ପଟ୍ଟନାୟକ ମାନପତ୍ର ପାଠ କରିଥିଲେ । ପ୍ରାରମ୍ଭରେ କବୟତ୍ରୀ ପ୍ରଭାତୀ ଦେବନାଥ ସ୍ଵାଗତ ଭାଷଣ ଓ ଆଇନଜୀବୀ ଶ୍ରୀନିବାସ ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ । ନବରଙ୍ଗପୁର ଜିଲା ଅଦାଲତର ଅତିରିକ୍ତ ଜିଲ୍ଲା ଜଜ ପ୍ରଣତୀ ସାହା, ଅତିତିକ୍ତ ଜିଲ୍ଲା ଜଜ ଶିବ ପ୍ରସାଦ ମିଶ୍ର ଓ ରେଜିଷ୍ଟ୍ରାର ସୁକାନ୍ତ କିଶୋର ଜେନା ଯୋଗ ଦେଇଥିଲେ । ଭାଗୀରଥିଙ୍କ ପ୍ରତିକୃତିରେ ଅତିଥିମାନେ ପୁଷ୍ପମାଲ୍ୟ ଅର୍ପଣ କରିବାପରେ ସାଇ କେୟାର ଶିକ୍ଷାନୁଷ୍ଠାନର ଛାତ୍ରୀ ମାନେ ଉତ୍କଳ ବନ୍ଦନା ପରିବେଷଣ କରିଥିଲେ । ଟେଲି ନିର୍ଦ୍ଧେଶକ ମନୋଜ ପଟ୍ଟନାୟକ ଧନ୍ୟବାଦ ପ୍ରଦାନ କରିଥିଲେ । ସ୍ମୃତି ସଂସଦର ସମ୍ପାଦକ ରାମ ପ୍ରସାଦ ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜା ଚୈତନ୍ୟ ଦେବ ନୋଡାଲ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁପ୍ରିୟା ନାୟକ, ବୃନ୍ଦାବନପାଢୀ, ନମିତା ପାତ୍ର, ଧରିତ୍ରୀ ପଣ୍ଡା, କିଶୋର ପଟ୍ଟନାୟକ, ସୁବାଶ ଚନ୍ଦ୍ର ବିଶୋଈ, ପଦ୍ମାଳୟା ପାତ୍ର, ବର୍ଷା ପ୍ରିୟଦର୍ଶିନୀ ପଣ୍ଡା, ଅଖିଳ ଭଟ୍ଟ, ସାନୁଜ କୁମାର ପାତ୍ର, ଦୂର୍ଗା ପାଢୀ, ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର, ଗୋପାଳ ପାଣିଗ୍ରାହୀ, ପ୍ରଦୀପ ସାହୁ, ଶ୍ରୀନିବାସ ପାତ୍ର, ପି. ରବିକାନ୍ତ ରଘୁରାମ, ନନ୍ଦକିଶୋର ପାଢୀ, ସନ୍ଧ୍ୟା ରାଣୀପାତ୍ର, ନିବେଦିତା ଦାଶ, ସମରେଶ ଗନ୍ତାୟତ, ଅନୁପମା ଗନ୍ତାୟତ, ମୀନାକ୍ଷୀ ପାଢୀ, ତୁଳସୀ ଦାସ ଗୌଡ, ଶରତ ଦାଶ, ଅଧ୍ୟାପକ ଅଖିଳ ଭଟ୍ଟ ପ୍ରମୁଖ ସହଯୋଗ କରିଥିଲେ । ଉପସ୍ଥିତ ସଜ୍ଜନ ମାନଙ୍କ ମଧ୍ୟରେ ଜଗଦୀଶ ଚନ୍ଦ୍ର ତ୍ରିପାଠୀ, ଜେମାମଣି ବିଶୋଈ, ସଦାଶିବ ସାହୁ, ପର୍ଶୁ ରାମ ସାହୁ, ଦେବୀ ପ୍ରସାଦ ପଣ୍ଡା, ବାଣୀ ଆଚାର୍ଯ୍ୟ, ସିଦ୍ଧି ଶ୍ରୀ ପଣ୍ଡା, ରେଣୁକା ଆଚାର୍ଯ୍ୟ, ପ୍ରଭାସିନୀ ମହାନ୍ତି, ଝରଣା ପଟ୍ଟନାୟକ, ପଂଚାନନ ମହାପାତ୍ର, ଶିବ ପ୍ରସାଦ ମହାପାତ୍ର, କାମ୍ପ ସେଠୀ, ନମିତା କୁମାରୀ ମିଶ୍ର, ଦୂର୍ଗା ପ୍ରସାଦ ପ୍ରଧାନ, ରାକେଶ ଗୁପ୍ତା, ରବୀନ୍ଦ୍ର ପ୍ରସାଦ ପାଢୀ, ଦେବୀ ପ୍ରସାଦ ସିଂ, ଲକ୍ଷ୍ମୀ କାନ୍ତ ପଣ୍ଡା, ଓଂକାର ପଟ୍ଟନାୟକ, ପଦ୍ମାବତୀ ଚୌଧୁରୀ, ରେଣୁକା ଆଚାର୍ୟ, ମମତା ତ୍ରିପାଠୀ ତପସ୍ଵିନୀ ତ୍ରିପାଠୀ, ତପନ ବିଶୋଈ, ହରେଶ ଚନ୍ଦ୍ର ମହାନ୍ତି, ଋଟ ମହାନ୍ତି, ଦେବେନ୍ଦ୍ର କୁମାର ଲେଙ୍କା, ଦୀପ୍ତି ଲତା ପାତ୍ର, ଆରଚିତ ପାତ୍ର, ଭୁବନେଶ୍ବର ସୁର, ସସ୍ମିତା ଦାଶ, ହିମାଂଶୁ ଶେଖର ତ୍ରିପାଠୀ, ସୁବ୍ରତ ବେହେରା, ମୌସୁମୀ ମହାନ୍ତି, ଶ୍ରୀୟାଶ୍ରୀ ପଟ୍ଟନାୟକ, ରବି ଶଙ୍କର ସାହୁ, ହୃଷୀକେଶ ଦାଶ, ଦେବେନ୍ଦ୍ର କୁମାର ଲେଙ୍କା, ଓଂକାର ପଟ୍ଟନାୟକ, ସ୍ଵର୍ଣ୍ଣ ଲତା ପଟ୍ଟନାୟକ, ସୁନନ୍ଦା ପାଢୀ, ଦେବୀ ପ୍ରସାଦ ସିଂ, ମନୋରମା ମହାପାତ୍ର, ରବି ଶଙ୍କର ମହାପାତ୍ର, ରମାକାନ୍ତ ମହାପାତ୍ର, ମୀନାକ୍ଷୀ ପାଢୀ, ଗଣେଶ୍ଵର ଦାଶ, ପ୍ରଭାକର ପାତ୍ର, ପ୍ରାଧ୍ୟାପିକା ସଂଗୀତା ତ୍ରିପାଠୀ, ଶିବ ଶଙ୍କର ତ୍ରିପାଠୀ ପ୍ରମୁଖ କବି ଓ ସାହିତ୍ୟ ପ୍ରେମୀ ଯୋଗ ଦେଇଥିଲେ ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ୍।

Related posts

ଦାଦନର କରୁଣ କାହାଣୀ :କେରଳରେ ଜୀବନ ସଂଗ୍ରାମରେ ଅନାଥ ଅଶୋକ ମାଝୀ

Sunil Chandra Nayak

ଏଫ ସି ଆଇ ଛକରେ ଚୋରି କରିଥିବା ଦୁଇ ଜଣ ଯୁବକ କୁ ଗିରଫ କଲା ପୋଲିସ

Sunil Chandra Nayak

ମସୀହା ର ସାହିତ୍ୟ ଅଗଣା ପକ୍ଷରୁ ଅନୁଷ୍ଟିତ ପ୍ରତିଯୋଗିତା ରେ ଶ୍ରେଷ୍ଟ ବିବେଚିତ କବୟତ୍ରି ତୃପ୍ତି ରାଣୀ ପାତ୍ର, ସହଦେବଖୁଣ୍ଟା , ବାଲେଶ୍ଵର ଙ୍କୁ ସୁନୀଲ ଚନ୍ଦ୍ର ନାୟକ,ସଂପାଦକ, ମସୀହା ଓ ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ, ସଂଯୋଜକ,ସାହିତ୍ୟ ଅଗଣା ଙ୍କ ଦ୍ଵାରା ଡିଜିଟାଲ ମାନପତ୍ର ପ୍ରଦାନ

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort