ନୂଆପଡା ଜିଲ୍ଲା ଖଡିଆଳ ସୟଂଶାସିତ ମହାବିଦ୍ୟାଳୟ ର ରସାୟନ ବିଜ୍ଞାନ ବିଭାଗ ତରଫରୁ ହୃଦରୋଗ ଓ ସିଲିନ ରୋଗ ପାଇଁ ରସାୟନ ବିଜ୍ଞାନ ଶୀର୍ଷକରେ ଏକ ଆଭାସୀ ସମୀଲ୍ଲନୀ ଅନୁଷ୍ଠିତ ହୋଇଯାଇଛି । ଏହାକୁ ଅଧ୍ୟକ୍ଷ ଗଙ୍ଗାଧର ପାଣିଗ୍ରାହୀ ଅଧ୍ୟକ୍ଷତା କରିଥିବା ବେଳେ ବିଭାଗୀୟ ମୁଖ୍ୟ ପ୍ରାଧ୍ୟାପକ ଡ. ତରୁଣ କୁମାର ପ୍ରଧାନ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଅଧ୍ୟାପୀକା ନିବେଦୀତା ବାରିକ ଓ ଅଧ୍ୟାପୀକା ଦେବଙ୍ଗତା ମେହେର ଯଥାକ୍ରମେ ସିକିଲସେଲ ଏନେମିଆ ଓ ହୃଦରୋଗ ଉପରେ ପ୍ରାରମ୍ଭିକ ବକ୍ତବ୍ୟ ପ୍ରଦାନ କରିଥିଲେ । ସ୍ନାତକ ବିଭାଗର ଛାତ୍ରୀ ସ୍ବେତା ସେଫାଳିକା ସାହୁ, ମୋନାଲିସା ନାଏକ, ପଙ୍କଜିନୀ ମାଝୀ ଓ ରଶ୍ମିତା ନାଏକ ପାୱାର ପଏଂଟ ମାଧ୍ୟମରେ ତାଙ୍କର ପେଟର ଉପସ୍ଥାପନ କରିଥିଲେ । ତାପରେ ପ୍ରଶ୍ନୋତର କାର୍ଯ୍ୟକ୍ରମ ରେ ହୃଦରୋଗ ଓ ସିକିଳିନ ରୋଗର କାରଣ, ଚିକିତ୍ସା, ଔଷଧ ତଥା ପ୍ରତିଶେଧକ ଉପାୟ ଉପରେ ପର୍ଯ୍ୟାଲୋଚନା ହୋଇଥିଲା । ଏହି କାର୍ଯ୍ୟକ୍ରମରେ ରସାୟନ ବିଭାଗର ସମସ୍ତ ଛାତ୍ରଛାତ୍ରୀ ତଥା କଲେଜ ର ଅଧ୍ୟାପକ ଓ କର୍ମଚାରୀ ଉପସ୍ଥିତ ଥିଲେ । ଶେଷରେ ଅଧ୍ୟାପୀକା ରାଜଲକ୍ଷ୍ମୀ ରଥ ଧନ୍ୟବାଦ ଅର୍ପଣ କରିଥିଲେ । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ
next post