ନୂଆପଡା : ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ଅରେଡା ପଚାଂୟତ ର ସମିତି ସଭ୍ୟ ପ୍ରାର୍ଥି ତୁଲସା ଶବର ଅକାଳ ବିୟୋଗ ହୋଇଥିବା ଜଣାପଡିଛି । ସେ ଚନୁଟମାଲ ଗାଁ ର ଦଶମୁ ଶବର ଏକମାତ୍ର ପୁଅ ତ୍ରିନାଥ ର ଧର୍ମପତ୍ନୀ ବୋଲି ଜଣାପ ଡିଛି । ଗତକାଲି ତୁଲସା ହଠାତ୍ ଅସୁସ୍ଥ ହୋଇ ପଡିଥିଲେ ପ୍ରଥମେ ତାକୁଂ ଚିକିସ୍ସା ପାଇଁ ଖଡିଆଳ ଉପଖଣ୍ଡ ଚିକିସ୍ସାଲୟ ଏବଂ ପରେ ଅବସ୍ଥା ଗୁରୁତର ହେବାରୁ ନୂଆପଡା ଜିଲ୍ଲା ମୁଖ୍ୟ ଡାକ୍ତରଖାନା ରେ ଚିକିସ୍ସିତ ସମୟରେ ତାକଂର ମୃତ୍ୟୁବରଣ ହୋଇଥିଲା । ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ହେଉଛି ତ୍ରିନାଥ ଗତ ୩ ମାସ ହେଲା ସ୍ରୀ ତୁଲସା ଏବଂ କୁନୁକୁନି ଦୁଇ ପୁଅଝିଅ କୁ ବାପା ଦଶମୁ ପାଖରେ ଛାଡି ଦାଦନ ଖଟିବାକୁ ନିଜ ମା ସହ ଆନ୍ଦ୍ରପ୍ରଦେଶ ଯାଇଛନ୍ତି । ଏସବୁ ମଧ୍ୟରେ ବର୍ତମାନ ପଚାଂୟତ ନିର୍ଚାଚନ ରେ ଅରେଡା ପଚାଂୟତ ସମିତି ସଭ୍ୟ ପଦବୀ ଟି ଆଦିବାସୀ ମହିଳା ମାନକଂ ପାଇଁ ସଂରକ୍ଷିତ ଥିବା ବେଳେ ତୁଲସା ଶବର ମାଟ୍ରିକ ପାଶ କରି ଶିକ୍ଷିତା ଥିବା ରୁ ଗାଁ ଲୋକ କଂ ସମର୍ଥନ ଏବଂ ଅନୁରୋଧ କ୍ରମେ ସମିତି ସଭ୍ୟ ପଦ ପାଇଁ ନିଜର ନାମାକଂନ ପତ୍ର ଦାଖଲ କରିଥିଲେ । ଏବଂ ନିର୍ବାଚନ ଏକ ପ୍ରକାର ବିଜୟ ସୁନିଶ୍ଚିତ ବୋଲି ମନେ କରାଯାଉଥିବା ବେଳେ ତୁଲସା ଶବର କଂ ଅକାଳ ବିୟୋଗ କୁ ନେଇ ଚନୁଟମାଲ୍ ଗାଁ ଲୋକ କଂ ମଧ୍ୟରେ ଶୋକରଛାୟା ଖେଲି ଯାଇଛି । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ