ବର୍ଷକୁ ବର୍ଷ ଆସୁଛି ଧାଇଁ
କେହି ଜାଣି ପାରୁନାହାନ୍ତି କି ?
କାହିଁକି ଆସୁଛି କରୋନା
ରୂପ ବଦଳାଇ ରୂପ ବଦଳାଇ
ଥରକୁ ଥର ?
ସେ କହୁଛି କି?
ହେ ମଣିଷ ବଦଳି ଯାଅ
ନରରୁ ରାକ୍ଷସ ନ ହୁଇ
ରାକ୍ଷସ ରୁ ମଣିଷ ହୁଅ
ମଣିଷ ରୁ ଦେବତା ହୁଅ
ତମେ ସବୁ ପଶୁ ପକ୍ଷୀ ଭକ୍ଷଣ ନ କର
ମଦ ମାଂସର ଲାଳସା ନ ପଡ଼ି
ବେଶ୍ୟାନାରୀର କାମନାରେ ନ ପଡ଼ି
ଷଠରିପୁ କୁ ତ୍ୟାଗ କରି
ସତ୍ୟ , ନ୍ୟାୟ ,ଧର୍ମ ପଥ
ଆପଣାଇ ନିଅ
ଦୟା , କ୍ଷମା , ଶାନ୍ତି ପ୍ରତିଷ୍ଠା କର
ତେବେ ବଞ୍ଚିବ।
ହେଲେ ମଣିଷ ବୁଝି ପାରୁନି କି ?
କି ବୁଝି ଅବୁଝା ହଉଛି ? ତଥାପି
ମଣିଷ କରୋନା ଘୁଞ୍ଚି ଗଲାପରେ
ପୂର୍ବ ଖରାପ ପ୍ରବୃତିକୁ ଛାଡ଼ୁ ନାହଁ।
ପୁଣି ସେ କହୁଛି କି?
ହେ ମଣିଷ
ଏବେ ବି ସମୟ ଅଛି ସୁଧୁରି ଯାଅ
ନହେଲେ କରୋନା ମଣିଷ ଖିଆ ରାକ୍ଷସ
ସମସ୍ତଙ୍କୁ ଖାଇ ଯିବ କୁକୁଡ଼ା, ଛେଳମେଣ୍ଢା ମାଂସ
ଖାଇଲା ପରି ଗୋଟି ଗୋଟି କରି ।
ଏସଏସଜିଏମ ଲିମସେର ଶିକ୍ଷକ
କୁମ୍ଭାରୀ,ଶୋଷିଆ,