ରାୟଗଡା: ମ.ନି.ସ :- ରାୟଗଡା- ଅତିରିକ୍ତ ଜିଲ୍ଲାପାଳ ଧର୍ମାନନ୍ଦ ବେହେରା ଙ୍କ ସଭାପତିତ୍ୱ ରେ ଜିଲ୍ଲା ସମାଜ ମଙ୍ଗଳ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଏବଂ ଅଙ୍ଗନବାଡ଼ି କେନ୍ଦ୍ର ସ୍ତରରେ ରାୟଗଡା ଠାରେ ଜାତୀୟ କନ୍ଯା ସନ୍ତାନ ଦିବସ ପାଳିତ ହୋଇଯାଇଛି। ଶ୍ରୀ ବେହେରା ତାଙ୍କ ବ୍ଯକ୍ତବ୍ଯରେ କହିଥିଲେ ଯେ, କନ୍ୟା ସନ୍ତାନ ଙ୍କୁ ସୁରକ୍ଷା ଯୋଗାଇ ଦେବା ସମାଜ ଓ ପ୍ରଶାସନର ଦାୟିତ୍ୱ। ସମଗ୍ର ଜିଲ୍ଲାର ବ୍ଳକ ସ୍ତରରେ ଓ ପ୍ରତ୍ୟେକ ପଞ୍ଚାୟତ ସ୍ତରରେ ଥିବା ଶିଶୁ ସୁରକ୍ଷା କମିଟି ମାଧ୍ୟମରେ ସଚେତନତା ସୃଷ୍ଟି କରିପାରିଲେ କନ୍ୟା ସନ୍ତାନ କମ ଥିବା ହାରକୁ ବୃଦ୍ଧି କରା ଯାଇ ପାରିବ ବୋଲି କହିଥିଲେ। ଜିଲ୍ଲା ମଙ୍ଗଳ ଅଧିକାରୀ ଯାଜ୍ଞସେନୀ ବେହେରା,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରମେଶ ଚନ୍ଦ୍ର ନାଏକ ଙ୍କୁ ଜିଲ୍ଲାରେ ଜାତୀୟ ଶିଶୁ କନ୍ୟା ଦିବସ ପାଳନ କାର୍ଯ୍ଯକ୍ରମ କୁ ସୂଚାରୁ ରୂପେ ସମ୍ପାଦନ କରିବା ପାଇଁ ଦାୟିତ୍ୱ ପ୍ରଦାନ କରାଯାଇଛି। ଅଙ୍ଗନବାଡ଼ି କର୍ମୀ ମାନେ ସମସ୍ତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଓ ବାଲ୍ଯ ବିବାହ ନିଷେଧ ଅଧିକାରୀ ସୁପରଭାଇଜର ଙ୍କ ସହାୟତା ରେ ନିଜ ନିଜ ଅଞ୍ଚଳର କିଶୋରୀ ଙ୍କୁ ନେଇ ବୈଠକ,କିଶୋରୀ ବାଳିକା ଙ୍କୁ ଆଇଏଫଏ ଔଷଧ ବଣ୍ଟନ ନିଜ ଉପସ୍ଥିତିରେ ଖୋଇବା ପାଇଁ ବୈଠକରେ ନିଷ୍ପତ୍ତି କରାଗଲା। ଉକ୍ତ ବୈଠକରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ,ଆଇସିଡିଏସ କାର୍ଯ୍ଯକ୍ରମ ଅଧିକାରୀ,ଆକ୍ସନ ଏଡର ବାଲ୍ଯ ବିବାହ ନିଷେଧ କାର୍ଯ୍ଯକ୍ରମର ଜିଲ୍ଲା ପରାମର୍ଶ ଦାତା ଓ ସମସ୍ତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ,ଆଇସିଡିଏସ ସୁପରଭାଇଜର ଏବଂ ଜିଲ୍ଲାର ବିଭିନ୍ନ ବ୍ଳକର କିଶୋରୀ ବାଳିକା ମାନେ ଯୋଗଦାନ କରିଥିଲେ। ଯୁଗଳ କିଶୋର ଜେନା ଙ୍କ ରିପୋର୍ଟ।
previous post